ସହରରେ ଷଣ୍ଢ ଉପଦ୍ରବ ବୃଦ୍ଧି ଷଣ୍ଢ ଆକ୍ରମଣରେ ଜୀବନହାନି

ପୁରୀ, ୧୩/୧୧(ଓଡ଼ିଆ ପୁଅ/ବିଜୟ କୁମାର ପଟ୍ଟନାୟକ): ଷଣ୍ଢଆକ୍ରମଣରେ ଗତକାଲି ଜୈନିକ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ବେହେରା(୪୩)। ଘର ଟାଉନଥାନା ଅନ୍ତର୍ଗତ ଗଛକାଳୀ ଲେନ୍ରେ ବୋଲି ଜଣାଯାଇଛି। ପ୍ରଶାନ୍ତ ଦିନ ପ୍ରାୟ ୩ଟା ବେଳେ ଘରୁ ଖାଇସାରି ବାହାରକୁ ଯାଇଥିଲେ। ଗଛକାଳୀ ମନ୍ଦିର ନିକଟରେ ଏକ ଷଣ୍ଢ ତାଙ୍କୁ ପଛଆଡୁ ଟେକି କଚାଡି ଦେଇଥିଲା। ସ୍ଥାନୀୟ ଅଧିବାସୀମାନେ ପ୍ରଶାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ଟାଉନ ଥାନା ପୁଲିସ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପୁରୀରେ ଷଣ୍ଢଙ୍କ ଆକ୍ରମଣ ଘଟଣା ଦିନକୁଦିନ ବୃଦ୍ଧି ପାଉଥିଲେ ମଧ୍ୟ ପୌରସଂସ୍ଥା ଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ପ୍ରଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ଆଉ କେତେକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସ୍ୱର୍ଗତଃ ପ୍ରଶାନ୍ତ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ବେହେରାଙ୍କ ଭାଇ ବୋଲି ଜଣାଯାଇଛି। ପୌରସଂସ୍ଥା ପକ୍ଷରୁ ମାରଣା ଷଣ୍ଢଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *