କୋରାପୁଟ

ସଶକ୍ତ ଦୂତ ରଥକୁ କୋରାପୁଟରେ ସ୍ୱାଗତ

କୋରାପୁଟ ; ତା୦୭-୦୬-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଦିବ୍ୟାଙ୍ଗମାନଙ୍କ ଅଧିକାରକୁ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ବାହାରି ଥିବା ସଶକ୍ତ ଦୂତ ରଥକୁ କୋରାପୁଟରେ ସ୍ୱାଗତ କରାଯାଇଥିଲା।ନାଚ ଓ ଗୀତ ମାଧ୍ୟମରେ ଅଭିଯାନର କର୍ମକର୍ତାଙ୍କୁ ସହର ପରିକ୍ରମା କରାଯାଇଥିଲା।କୋରାପୁଟ ସାଂସ୍କୃତିକ ପରିଷଦ ସଭାଗୃହଠାରେ ଏକ ସଭାର ଆୟୋଜନ କରାଯାଇଥିଲା।କୋରାପୁଟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସ୍ୱାଭିମାନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ଶ୍ରୁତି ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ କୋରାପୁଟ ସାଂସଦ ଝିନ୍ନ ହିକକା, ଜିଲ୍ଲା ପରିଷଦ ସଭାପତି ପ୍ରଭୁ ଜାନି, କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ସୁଜାତା ମିଶ୍ର, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି, ଏକତାର ସଂପାଦକ ଜଗନ୍ନାଥ ମିଶ୍ର ଓ କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ।୨୦୧୬ ଭିନ୍ନକ୍ଷମ ଅଧିନିୟମ ଅନୁସାରେ ବାମନ, ମାଂସପେସୀଜନିତ ଦୁର୍ବଳତା, ଉତ୍କଟ ସ୍ନାୟବିକ ଅସୁସ୍ଥ ଅବସ୍ଥା, ନିର୍ଦ୍ଧିଷ୍ଟ ଜ୍ଞାନଲାଭର ଅସମର୍ଥତା, ଏକାଧିକ ସ୍କୋଲିସିସ, ବାକଶକ୍ତି ଓଭାଷାଜନିତ ଦୁର୍ବଳତା, ଥାଲାସେମିଆ, ହେମୋଫିଲିଆ, ସିକଲସେଲ ବୟାଧି, ଏସିଡ ଆକ୍ରମଣରେ ଶୀକାର ବ୍ୟକ୍ତି, ପାର୍କିନସନ ବ୍ୟାଧି, ସ୍ୱପରାୟଣତା, ମସ୍ତିଷ୍କ ପକ୍ଷପାତ ଓ ବହୁବିଧ ଅକ୍ଷମତା ବ୍ୟକ୍ତିମାନଙ୍କୁ ଅନ୍ତଭୁକ୍ତ କରାଯାଇଥିବା ଅଭିଯାନର ସଂଯୋଜକ ମିହିର ମହାନ୍ତି ସୂଚନା ଦେଇଥିଲେ।ଚାକିରୀରେ ୪ ପ୍ରତିଶତ ସଂରକ୍ଷଣ ରକାଯାଇଥିବା ବେଳେ ଦାରିଦ୍ରଦୁରୀକରଣରେ ୫ ପ୍ରତିଶତ ସଂରକ୍ଷଣ ରଖାଯାଇଥିବା ସେ ପ୍ରକାଶ କରିଥିଲେ।ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଣ୍ଠି ଗଠନ କରାଯାଇଥିବା ସେ ସୂଚନା ଦେଇଥିଲେ।ଏହି ଅଧିକାରୀକୁ ବହୁଳ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଗତ ମେ ୯ ତାରିଖଦିନ ପୂରୀଠାରୁ ଅଭିଯାନର ଶୁଭାରମ୍ଭ ହୋଇଥିଲା ଓ କୋରାପୁଟରେ ୨୫ ତମ ଜିଲ୍ଲାଭାବେ ରଥ ପ୍ରବେଶ କରିଛି ବୋଲି ସେ ପ୍ରକାଶ କରିଥିଲେ।ଆସନ୍ତାକାଲି ରାୟଗଡା ଜିଲ୍ଲାରେ କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଥିଲେ। ଆୟୋଜନକାରୀଙ୍କୁ ସମ୍ମାନ୍ନିତ କରାଯାଇଥିଲା। ଏହି ଅବସରରେ ଏକ ପ୍ରଦର୍ଶନୀକୁ ଶ୍ରୀ ହିକକା ଉଦଘାଟନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top