ସଲମାନ ଖାନଙ୍କର ହତ୍ୟାର ଷଡ଼ଯନ୍ତ୍ର ରଚୁଥିଲା ଗ୍ୟାଙ୍ଗଷ୍ଟର, ଏସଟିଏଫ ଟିମ ଦ୍ୱାରା ହାଇଦ୍ରାବାଦରୁ ଗିରଫ

ମୁମ୍ବାଇ ୧୦ ଜୁନ୍ (ଓଡ଼୍ଆ ପୁଅ) ବଲିଉଡ଼୍ ଷ୍ଟାର ସଲମାନ ଖାନର ଫ‍ିଲ୍ମ Race 3, ୧୫ ଜୁନରେ ର‍ିଲିଜ ହେବାକୁ ଯାଉଛି। ଗୋଟେ ପଟେ ତାଙ୍କର ଫ୍ୟାନ୍ସ ଏହାକୁ ଅପେକ୍ଷା କରୁଛନ୍ତି, ଅନ୍ୟ ପଟେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ତାଙ୍କୁ ହତ୍ୟାକରିବାପାଇଁ ଷଡ଼ଯନ୍ତ୍ର ରଚୁଥିଲା। ବଲିଉଡ଼୍ ରେ ଦବଙ୍ଗ, ଟାଇଗର ଏବଂ ଭାଇଜାନ ନାମ ଖ୍ୟାତନାମା ଅଭ‍ିନେତା ସଲମାନ କିଛି ଦିନ ପୂର୍ବରୁ ତାଙ୍କ ଆସୁଥିବା ଫ‍ିଲ୍ମ ‘Race 3’ ର ସୁଟ‍ିଂ ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇର ଗ୍ୟାଙ୍ଗ ଆକ୍ରମଣ କରିଥିଲା ଏବଂ ଏବେ ତାଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିବା ମାମଲାରେ ବ‍ିଶ୍ନୋଇର ଗ୍ୟାଙ୍ଗର ଏକ ମେମ୍ବରକୁ ଗିରଫ କରାଯାଇଛି। ଗୁରୁଗ୍ରାମ ଏସଟିଏଫ ଟିମ ହାଇଦ୍ରାବାଦରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇର ଗ୍ୟାଙ୍ଗଷ୍ଟାର ମେମ୍ବର ସମ୍ପତ ନେହରାକୁ ଗିରଫ କରିଛି। ପ୍ରଶ୍ନ ପଚାରିବାରୁ ସମ୍ପତ ସ୍ୱୀକାର କରିଥିଲା କି‍ ସେ ଫିଲ୍ମ ଅଭିନେତା ସଲମାନ ଖାନଙ୍କର ହତ୍ୟାର ଷଡ଼ଯନ୍ତ୍ର ରଚୁଥିଲା। ଏହା ପରେ ଅଭ‍ିନେତା ସଲମାନ ଖାନଙ୍କର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ଆରୋପୀ ସମ୍ପତ ନେହରା ଉପରେ କୋଡ଼ିଏରୁ ଅଧିକ ହତ୍ୟା, ହତ୍ୟାର ପ୍ରୟାସ ଏବଂ ବଟି ଆଦାୟ ମାମଲାରେ ଅଲଗା ଅଲଗା ରାଜ୍ୟରେ ଆପରାଧିକ ମାମଲା ଅଛି। ସମ୍ପତ କହିଛି କ‍ି ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ସେ ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କର ଘର ଗ୍ୟାଲେକ୍ସୀ ଆପାର୍ଟମେଣ୍ଟର ଅନୁଧ୍ୟାନ ମଧ୍ୟ କରିଥିଲା। ଏଥିପାଇଁ ସେ ଦୁଇ ଦିନ ପର୍ଯ୍ୟନ୍ତ ସଲମାନଙ୍କର ଘର ଆଖ-ପାଖରେ ରହିଥିଲା।

ସମ୍ପତ ମୁତାବ‍କ, ସେ ସବୁ ବିଷୟରେ ଜାଣି ନେଇଥିଲା କ‍ି ସଲମାନ ଖାନ କେବେ ବାଲକୋନୀରେ ଫ୍ୟାନ୍ସଙ୍କୁ ମିଶିବାକୁ ଆସୁଛନ୍ତି ଏବଂ କେବେ ବାହରକୁ ଯାଆନ୍ତି। ସମ୍ପତକୁ ପଚାରିବାରୁ ସେ କହିଲା କି ସେ ଫ୍ୟାନ୍ ମିଟ କରିବା ସମୟରେ ହିଁ ସଲମାନ ଖାନଙ୍କ ଉପରେ ଆକ୍ରମଣ କରିବାକୁ ଚାହୁଁ ଥିଲା ଏବଂ ଆକ୍ରମଣ କରି ଦେଶ ଛାଡ଼ି ପଳାୟନ କରିବାକୁ ଚାହୁଁଥିଲା। ଏହି ଷଡ଼ଯନ୍ତ୍ରକୁ ଏବେ ଲରେନ୍ସ ବିଶ୍ନୋଇର ପୂର୍ବର ସେହି ଧମକକୁ ଜୋଡ଼ିକରି ଦେଖା ଯାଉଛି, ଯେଉଁଥିରେ ସେ ସଲମାନଙ୍କୁ ନିଜେ ଜୋଧପୁରରେ ହତ୍ୟାକରିବାର କଥା କହିଥିଲା।

Leave a Reply

Your email address will not be published. Required fields are marked *