ସର୍ବ ଭାରତୀୟ ୧୯ତମ ହୃଦାନନ୍ଦ ସ୍ମାରକୀ କ୍ରିକେଟ

ଭଦ୍ରକ, ୩ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସୂର୍ଯ୍ୟଶିଖା କ୍ଳବ ଆନୁକୁଲ୍ୟରେ ସ୍ଥାନୀୟ ନେହେରୁ ଷ୍ଟାଡିୟମରେ ଆରମ୍ଭ ହୋଇଛି ସର୍ବ ଭାରତୀୟ ୧୯ତମ ହୃଦାନନ୍ଦ ସ୍ମାରକୀ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ୧ ତାରିଖରୁ ଲୋକାଲ ଟିମ୍କୁ ନେଇ ପ୍ରଥମ ମ୍ୟାଚ ଗାନ୍ଧିଜୀ କ୍ଲବ ଓ ୟୁନିକ ଇଲେଭେନ ମଧ୍ୟରେ ଖେଳା ଯାଇଥିବା ବେଳେ ଆଜିର ମ୍ୟାଚ ବଙ୍କସାହି ଯୁବକ ସଂଘ ଓ ସୂର୍ଯ୍ୟଶିଖା କ୍ଲବ ମଧ୍ୟରେ ଖେଳା ଯାଇଥିଲା। ଆଜି ବଙ୍କସାହି ଦଳ ପ୍ରଥମେ ବ୍ୟାଟିଂ ୧୮ ଓଭରରେ ୫ ଉଇକେଟ ହରାଇ ୧୧୩ରନ କରିଥିଲେ। ଦଳ ପକ୍ଷରୁ ବି. ବଳ ୩୭ରନ କରିଥିଲେ। ୧୧୪ରନ ଲକ୍ଷ୍ୟ ନେଇ ସୂର୍ଯ୍ୟଶିକ୍ଷା କ୍ଲବ ୧୪.୨ ଓଭରରେ ୩ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ବି. ପ୍ରସନ୍ନ ସର୍ବାଧିକ ୩୩ ରନ କରିଥିଲେ। ମ୍ୟାଚକୁ ଲଲାଟ କେଶରୀ ନନ୍ଦ ଓ ବିଜୟ ରାୟ ଅମ୍ପାୟାର ଭାବେ ପରିଚାଳନା କରିଥିଲେ। ଗତ ୧ ତାରିଖରେ ଉଦ୍ଘାଟନୀ ମ୍ୟାଚରେ ଟସ୍ ଜିତି ଗାନ୍ଧିଜୀ କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୮ ଉଇକେଟ ହରାଇ ୧୩୪ ରନ କରିଥିଲା। ଦଳ ପକ୍ଷରୁ ଗୟାଧର ସାହୁ ସର୍ବାଧିକ ୪୭ ରନ କରିଥିବା ବେଳେ ୟୁନିକ ଇଲେଭେନ ପ୍ରଶାନ୍ତ ରାଉତ ଓ ମାନସ ଭୋଳ ୩ଟି ଲେଖାଏ ଉଇକେଟ ନେଇଥିଲେ। ପରେ ୧୩୫ରନକୁ ପିଛା କରି ୟୁନିକ ଇଲେଭେନ ଦଳ ୧୪.୧ ଓଭରରେ ୫ ଉଇକେଟ ହରାଇ ୧୩୮ ରନ କରି ମ୍ୟାଚ ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଏକାକୀ ଜି. ଇଶ୍ୱର ରାଓ ୩୩ଟି ବଲ୍ରେ ଅପରାଜିତ ୭୩ରନ କରି ଦଳକୁ ବିଜୟୀ କରାଇଥିଲେ। ରାଓଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଉଦ୍ଘାଟନ ଉତ୍ସବକୁ ସଂଜିବ ହିରୋର ପରିଚାଳନା ନିର୍ଦ୍ଦେଶକ ସଂଜି ମଲ୍ଳିକ ଉଦ୍ଘାଟନ କରିଥିଲେ। ସୂର୍ଯ୍ୟଶିଖା କ୍ଲବର ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *