ଓଡ଼ିଶା

ସର୍ବସାଧାରଣ ସ୍ଥାନରେ ପୋଲିସର ଦବଙ୍ଗଗିରି

ତୁରୁମୁଙ୍ଗା ୨୭-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଜଣେ ମହିଳା କନେଷ୍ଟବଳଙ୍କର ଦବଙ୍ଗ ଗିରି ରବିବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ଵିଷୟ ପାଲଟିଛି। ସୂଚନା ଅନୁଯାୟୀ ଚମ୍ପୁଆରୁ ରେବଣା ପଳାସପାଳ ଚାଲୁଥିବା ମହାଦେବ ନାମକ ବସକୁ ରବିବାର ପୂର୍ବାହ୍ନରେ ପାଟଣା ଥାନାର ଜଣେ ମହିଳା କନେଷ୍ଟବଳ ସାଧାରଣ ପୋଷାକରେ ପୁଟୁଳିଆ ସ୍ଥିତ ଶିବକୃପା ପେଟ୍ରୋଲ ପମ୍ପ ନିକଟରେ ବସକୁ ଅଟକାଇ ତାଙ୍କ ଭାଇ ପଠାଇ ଥିବା ରାଖି ମାଗିଥିଲେ। କଣ୍ଡକ୍ଟର ଜଣକ ବହୁତ ରାକ୍ଷୀ ଅଛି ଷ୍ଟାଣ୍ଡରେ ପହଞ୍ଚନ୍ତୁ ଦେଖିକି ନେଇଯିବେ ବୋଲି କହିଥିଲେ। କିନ୍ତୁ ଏଥିରେ ମହିଳା କନେଷ୍ଟବଳ ଜଣକ ଉତକ୍ଷିପ୍ତ ହୋଇ ବସ ଯାଇ ପାଟଣା ମୁଖ୍ୟ ବଜାର ସ୍ଥିତ ଷ୍ଟାଣ୍ଡରେ ଲାଗିବା ପରେ ମହିଳା କନେଷ୍ଟବଳ ଜଣଙ୍କ ଆରମ୍ଭ କରିଦେଇଥିଲେ ଦବଙ୍ଗ ଗିରୀ। କନେଷ୍ଟବଳ ଜଣକ ବସ କଣ୍ଡକ୍ଟରଙ୍କୁ କାହିଁକି ଗାଡି ଅଟକାଇ ରାକ୍ଷୀ ଦେଲୁନାହିଁ ବୋଲି ଗାଳିଗୁଲଜ କରିବା ସହ ମାଡ ମାରିବାକୁ ଉଦ୍ୟମ କଲା ବେଳେ କଣ୍ଡକ୍ଟର ମହିଳା କନେଷ୍ଟବଳଙ୍କ ହାତକୁ ଧରି ପକାଇଥିଲେ। ଏକ ସର୍ବସାଧାରଣ ସ୍ଥଳୀରେ ପୋଲିସର ଜୁଲୁମ ଆଉ ଗୁଣ୍ଡାଗିରିକୁ ସ୍ଥାନୀୟ ଲୋକେ ଦୃଢ ନିନ୍ଦା କରିବା ସହ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି। ଏନେଇ ବସ କଣ୍ଡକ୍ଟର ଜଣକ ପାଟଣା ଥାନାରେ ଏଥି ନେଇ ଲିଖିତ ଅଭିଯୋଗ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଜଣେ ପୋଲିସ କର୍ମଚାରୀ ଯୋଉଠି ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାରଙ୍କ ଠାରୁ ମୋଟା ଅଙ୍କରେ ଦରମା ନେଇ ସେହି ପୋଲିସ କର୍ମଚାରୀ ରକ୍ଷକ ହୋଇ ଭକ୍ଷକ ସାଜି ସର୍ବସାଧାରଣ ଜାଗାରେ ଜଣେ ବସ କର୍ମଚାରୀଙ୍କୁ ହାତ ଉଠାଇ ଜୁଲମ କରୁଛନ୍ତି। ଏଥି ପ୍ରତି ଦୃଷ୍ଟି ଦେଇ ସମ୍ପୃକ୍ତ ମହିଳା ପୋଲିସ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top