ସର୍ବଭାରତୀୟ ହିନ୍ଦୀ ଅଲମ୍ପିୟାଡରେ ପ୍ରଜ୍ଞାଂସ ପ୍ରଥମ

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହିନ୍ଦୀ ଅଲମ୍ପିଆଡରେ ଭଦ୍ରକ ଡିିଏସ ବିଦ୍ୟାପୀଠର ଛାତ୍ର ପ୍ରଜ୍ଞାଂସ ମହାନ୍ତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ‘ନୂଆଦିଲ୍ଲୀସ୍ଥ ସିଲଭର ଜୋନ ଫାଉଣ୍ଡେସନ’ ପକ୍ଷରୁ ଅଖିଳ ଭାରତୀୟ ହିନ୍ଦୀ ଅଲମ୍ପିଆଡ (ଏବିଏଚଓ-୧୭) ଅନୁଷ୍ଠିତ ହୋଇଥିଲା। ଭାରତ ବର୍ଷର ବିଭିନ୍ନ ପ୍ରାନ୍ତରୁ ବହୁ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ତେବେ ଭଦ୍ରକ ଦୁର୍ଗା ପ୍ରସାଦ ସରାଫ ବିଦ୍ୟାପୀଠ(ଡିପିଏସ)ର ପଞ୍ଚମ ଶ୍ରେଣୀ ଛାତ୍ର ପ୍ରଜ୍ଞାଂସ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ତଥା ଭଦ୍ରକ ପାଇଁ ଗୌରବ ଆଣିଛନ୍ତି। ପ୍ରଜ୍ଞାଂସ ହେଉଛନ୍ତି ଭଦ୍ରକ ସହରର ଜଗନ୍ନାଥପୁର ନିବାସୀ ଜ୍ଞାନେନ୍ଦ୍ର ମହାନ୍ତି ଓ ପ୍ରଜ୍ଞାପରମିତା ମହାନ୍ତିଙ୍କ ପୁଅ। ପ୍ରଜ୍ଞାଂସକୁ ପୁରସ୍କାର ରାଶି ବାବଦ ୧୦ ହଜାର ଟଙ୍କା, ସିଲଡ ଓ ମାନପତ୍ର ପ୍ରଦାନ କରାଯାଇଛି। ପ୍ରଜ୍ଞାଂସଙ୍କୁ ଏହି ପୁରସ୍କାର ରାଶି ଓ ମାନପତ୍ର ଡିପିଏସ୍ ବିଦ୍ୟାପୀଠର ଅଧ୍ୟକ୍ଷ ଅଶୋକ କୁମାର ପରିଡା ପ୍ରଦାନ କରିଛନ୍ତି। ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି।

Leave a Reply

Your email address will not be published. Required fields are marked *