କେନ୍ଦ୍ରାପଡ଼ା

ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ମାର୍ଚ୍ଚ ୧୫ରେ ଶେଷ

କେନ୍ଦ୍ରାପଡା ୧୪/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ସହରର ମହିପାଳ ଟେଲିକମ୍ ପଡିଆରେ ଖୋଲିଥିବା ସର୍ବଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆସନ୍ତା ୧୫ତାରିଖରେ ଉଦଯାପିତ ହେବ । ମାର୍ଚ୍ଚ ୬ତାରିଖଠାରୁ ୧୪ତାରିଖ ପର୍ଯ୍ୟନ୍ତ ଚାଲିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଗ୍ରାହକଙ୍କ ପ୍ରବଳ ଭିଡକୁ ଲକ୍ଷ୍ୟକରି ସ୍ଥାନୀୟ ବ୍ୟକ୍ତିମାନଙ୍କ ଅନୁରୋଧକ୍ରମେ ପରିଚାଳନା କମିଟି ଏହାକୁ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ଏହି ପ୍ରଦର୍ଶନୀରେ ବନାରସୀ ଶାଢି, ରାଜସ୍ଥାନ ବେଡସିଟ୍, ବମ୍ବେ ଫ୍ୟାନସିବ୍ୟାଗ, ମିରଟ ଖଦଡ, ପାନିପଥ ଡ୍ରେସ, ହରିଆନା ଶାଢି, ଗୁଜୁରାତୀ ଶାଢି ଓ ଡ୍ରେସ୍ ସମେତ ହରିଆନା ହାଣ୍ଡଲୁମ୍ ପରିବାକଟା ମେସିନ୍, କେନ୍ଦୁଝର ଫୁଲବଢି ଓ ବିଭିନ୍ନ ଘରୋଇ ଉପକରଣ ପ୍ରଦର୍ଶନ କରାଯାଉଛି । ଦେଶର ୧୨ଟି ରାଜ୍ୟର ଉତ୍ପାଦକ ଓ ବ୍ୟବସାୟୀମାନେ ଏହି ପ୍ରଦର୍ଶନୀରେ ଭାଗନେଇଥିବା ଜଣାପଡିଛି । ଏହି ପ୍ରଦର୍ଶନୀ ଟିମ୍ ଭଦ୍ରକର ଆଗରପଡାଠାରେ ଚଳିତ ମାସ ୧୬ରୁ ୨୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବବୋଲି ମୁଖ୍ୟ ସଂଯୋଜକ ପ୍ରଶାନ୍ତ କୁମାର ମଲ୍ଲିକ ଓ ସ୍ଥାନୀୟ ସଂଯୋଜକ ଯୁବନେତା ମିର ମୁୃସିଦ୍ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top