ଖେଳ

ସର୍ବଭାରତୀୟ ପ୍ରହରାଜ ଚ୍ୟାଲେଞ୍ଜ ଫୁଟ୍ବଲ ଟୁର୍ନାମେଂଟ : ଭଦ୍ରକ ୟୁନାଇଟେଡ୍ କ୍ଲବ୍ ଚାମ୍ପିୟନ

ଖୋର୍ଦ୍ଧା ୨୭-୨ (ଓଡ଼ିଆ ପୁଅ) : ସ୍ପୋର୍ଟସ ଆସୋସିଏସନ୍ ଆନୁକୂଲ୍ୟରେ ୧୯୩୧ ମସିହାରୁ ହୋଇ ଆସୁଥିବା ସର୍ବଭାରତୀୟ ସ୍ତରୀୟ ପ୍ରହରାଜ ଚ୍ୟାଲେଞ୍ଜ ସିଲ୍ଡ ଫୁଟ୍ବଲ ଟୁର୍ନାମେଂଟର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଷ୍ଟାଡିୟମ୍ରେ ଚାଲିଥିବା ଏହି ଫାଇନାଲ ମ୍ୟାଚ ଭୁବନେଶ୍ୱରର କିଶୋର କ୍ଳବ୍ ଓ ଭଦ୍ରକର ୟୁନାଇଟେଡ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକର ୟୁନାଇଟେଡ୍ କ୍ଲବ୍ ୨-୧ ଗୋଲ୍ରେ ଭୁୁବନେଶ୍ୱରର କିଶୋର କ୍ଳବ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ତାଲୁକା ଆଇନ୍ ସେବା କମିଟିର ଅଧ୍ୟକ୍ଷ ତଥା ପ୍ରଥମ ଅତିରିକ୍ତ ଜିଲାଜଜ୍ ଲଳିତ କୁମାର ଦାଶ ଯୋଗ ଦେଇ ଚାମ୍ପିଆନ ଦଳ ଭଦ୍ରକର ୟୁନାଇଟେଡ୍ କ୍ଲବ୍କୁ ସିଲ୍ଡ ସହିତ ୧୫ ହଜାର ଟଙ୍କା ଏବଂ ରନରସ ଅପ ଦଳ ଭୁବନେଶ୍ୱରର କିଶୋର କ୍ଳବ୍କୁ ଟ୍ରଫି ସହ ୧୦ ହଜାର ଟଙ୍କା ଦେଇ ପୁରସ୍କୃତ କରିଥିଲେ। ଖୋର୍ଦ୍ଧା ସ୍ପୋର୍ଟସ ଆସୋସିଏସନ ସଭାପତି ବୁଦ୍ଧଦେବ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଜୟୀରାଜଗୁରୁ ସ୍ମୃତି ସଂସଦର ଅଧ୍ୟକ୍ଷ ଶିକ୍ଷାବିତ୍ ଡକ୍ଟର ଧିରେନ୍ଦ୍ର ନନ୍ଦ ଏବଂ ଅବସର ପ୍ରାପ୍ତ ନୌସେନା ଅଧିକାରୀ ଲଳିତ କୁମାର ଅଗ୍ରୱାଲା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ପୋର୍ଟସ୍ ଆସୋସିଏସନର ସମ୍ପାଦକ ଉପେନ୍ଦ୍ର ନାଥ ଦାସ ବିବରଣୀ ପାଠ କରିଥିବା ବେଳେ ଶେଷରେ କୋଷାଧ୍ୟକ୍ଷ ଡା. ଗଗନ ବିହାରୀ ନାୟକ ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top