ଖେଳ

ସର୍ବଭାରତୀୟ ଚରମ୍ପା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ – କଟକର ୟୁନିୟନ ସ୍ପୋର୍ଟିଂକୁ ହରାଇ ଚରମ୍ପା ଏକାଡେମୀ ଚାମ୍ପିୟନ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚରମ୍ପା ଆର୍.ସି.ବି.ଏଲ. ହାଇସ୍କୁଲ ପଡିଆରେ ଗତ ୨୬ ତାରିଖରୁ ଆରମ୍ଭ ହୋଇ ଚରମ୍ପା ଯୁବକ ସଂଘ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ଚରମ୍ପା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ୟାପିତ ହୋଇ ଯାଇଛି। ଆଜି ଫାଇନାଲ ମ୍ୟାଚରେ କଟକର ୟୁନିୟନ ସ୍ପୋର୍ଟିଂକୁ ଚରମ୍ପା ଏକାଡେମୀ ୫ ଉଇକେଟରେ ହରାଇ ଚଳିତ ବର୍ଷ ପାଇଁ ଚାମ୍ପିୟନ ହୋଇଛି। ୟୁନିୟନ ସ୍ପୋର୍ଟିଂ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ନିମେଶ ଜେନାଙ୍କ ୭୦ରନ୍, ଲୀଳାଧର ପ୍ରଧାନଙ୍କ ୪୬ ଓ ସର୍ବେଶ୍ୱର ମହାନ୍ତିଙ୍କ ୩୯ରନ ସହାୟତାରେ ୨୬ ଓଭରରେ ସମସ୍ତ ଉଇକେଟ ହରାଇ ୨୩୪ ରନ କରିଥିଲା। ଚରମ୍ପା ଏକାଡେମୀ ପକ୍ଷରୁ ରାଜେଶ ବଳ ୪ଟି ଓ ସନ୍ତୋଷ ପରିଡା ୨ଟି ଉଇକେଟ ନେଇଥିଲେ। ପରେ ବ୍ୟାଟିଂ କରି ଚରମ୍ପା ଏକାଡେମୀ ଦଳ ୨୩ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ୨୩୪ ରନ ହାସଲ କରି ଚାମ୍ପିୟନ ହୋଇଥିଲା। ଚରମ୍ପା ଦଳ ପକ୍ଷରୁ ରାଜେଶ ବଳ ୨୯ ବଲରେ ୬୧ରନ, ସଞ୍ଜିତ ଚୌଧୁରୀ ୫୦ ଓ ନଉତମ ଭଞ୍ଜ ୩୩ରନ କରିଥିଲେ। ୟୁନିୟନ ସ୍ପୋର୍ଟିଂ ପକ୍ଷରୁ ସୌରଭ କାନୋଜିଆ ୨ଟି ଉଇକେଟ ନେଇଥିଲେ। ପ୍ରାଣନାଥ ଜେନା ଏବଂ ଲଲାଟ କେଶରୀ ନନ୍ଦ ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ଛତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ସମ୍ମାନିତ ଅତିଥି ଭାବେ ସଞ୍ିବ ହିରୋ ଓ ସଞ୍ଜିବ ଜୁଏଲ୍ସ୍ର ମାଲିକ ସଞ୍ଜିବ ମଲ୍ଲିକ, ସଞ୍ଜୟ ଟିଭିଏସ୍ର ମାଲିକ ସଞ୍ଜୟ ଅଗ୍ରୱାଲା, ସରପଞ୍ଚ ଅଶ୍ୱିନୀ ରଣା, ଅନିଲ ତ୍ରିପାଠୀ, ଆଇନଜୀବୀ ଅତିଶ ବେହେରା ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ପଦ୍ମାନାଭ ପଣ୍ଡାଙ୍କ ଦ୍ୱାରା ପ୍ରଦତ୍ତ ଆଜିର ମ୍ୟାନ୍ ଅଫ୍ ଦି ମ୍ୟାଚ ପୁରସ୍କାର ଚରମ୍ପା ଦଳର ରାଜେଶ ବଳଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ପୁରସ୍କାର ଶ୍ୟାମସୁନ୍ଦର ଗୁପ୍ତାଙ୍କ ପକ୍ଷରୁ ସଞ୍ଜିତ ଚୌଧୁରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ବୋଲର ପୁରସ୍କାର ସୌରଭ କାନୋଜିଆଙ୍କ ଅଶ୍ୱିନୀ ରଣାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ କ୍ଷେତ୍ରରକ୍ଷକ ଏବଂ ଶ୍ରେଷ୍ଠ କ୍ୟାଚ ବାବଦକୁ ପୁରସ୍କାର ମହମ୍ମଦ ଆକ୍ରାମଙ୍କୁ ପ୍ରଦାନ କରାଯାଇଥିଲା। ଏହି ପୁରସ୍କାର ପ୍ରମୋଦ ଦାସ ଓ ବାବାଜୀ ସାମଲ ପ୍ରଦାନ କରିଥିଲେ। ଶ୍ରେଷ୍ଠ ଛକ୍କା ପାଇଁ କିଶୋର ପୁହାଣ ପୁରସ୍କାର ଦେଇଥିଲେ। ମା୍ୟାନ ଅଫ୍ ଦି ସିରିଜ ପୁରସ୍କାର ସଞ୍ଜିତ ଚୌଧୁରୀଙ୍କୁ ସଂଘର ସଭାପତି ପଦ୍ମନାଭ ପଣ୍ଡାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ନୁର ମହମ୍ମଦ ଇସ୍ମାଇଲ (କାଳିଆ) ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ସଭାପତି ପଣ୍ଡାଙ୍କ ସମେତ ଉପସଭାପତି ସୁଶାନ୍ତ ରାଉତ, ସମ୍ପାଦକ ବିଶ୍ୱଜିତ ମହାନ୍ତି, ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ପଢିଆରୀ, ଅଜୟ ଧଳ, କୋଷାଧ୍ୟକ୍ଷ ବିଭୁତି ଭୂଷଣ ପଲେଇ, କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ମଦନ ମୋହନ ମହାନ୍ତି, ଉପଦେଷ୍ଟା ରଜନ ନାୟକ, ଗଗନ ରାଉଳ, ଗୋପୀନାଥ ବନ୍ଧ, ବୈଲେଶଚନ ଲେଙ୍କା, ଚନ୍ଦ୍ରଭାନୁ ପଲେଇ, ଅଶୋକ କୁମାର ଲେଙ୍କା, ନୁର ମହମ୍ମଦ ଖାନ, କିରଣ ଦାସ, ମହମ୍ମଦ ଇମ୍ତିଆଜ, ଅରୁଣ ନାୟକ, ଦେବବ୍ରତ ରାଉତରାୟ, କେଶବ ଧଳ, ରବି ନାରାୟଣ ବନ୍ଧ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗବନ୍ଧୁ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top