ଖେଳ

ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ:କ୍ରାଉନ କ୍ଲବ ବିଜୟୀ

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଧାମନଗର ବ୍ଲକ ଦୋବଲ କାଳୀ ପଡିଆ ଠାରେ ସ୍ଥାନୀୟ ମା ଶକ୍ତିମୟୀ ଯୁବକ ସଂସଦ ଆନୁକୂଲ୍ୟରେ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ଓସିଏ ଅଧ୍ୟକ୍ଷ ଧିରେନ ପଲେଇ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ଶିଳ୍ପଦ୍ୟୋଗୀ ସଞ୍ଜିବ ମଲ୍ଲିକ, ସମାଜସେବୀ ରବିନ୍ଦ୍ରନାଥ କର, କାନନବିହାରୀ ଦାସ, ରାମଚନ୍ଦ୍ର ଦାଶ ଓ ସଂସଦର ସଭାପତି ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ କ୍ରାଉନ କ୍ଲବ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୩୮ ରନ ସଂଗ୍ରହ କରିଥିଲା। ଜବାବରେ ଇଲେଭେନଷ୍ଟାର ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ କରି ପରାଜୟ ବରଣ କରିଛି। ସନ୍ତୋଷ ଜେନା ଓ ଏଲଏନ ନନ୍ଦ ଅମ୍ପାୟର ଭାବେ ଖେଳ ପରିଚାଳନା କରିଥିବା ବେଳେ ପ୍ରଦୀପ ଆନ୍ଦିଆ ସ୍କୋରର ଏବଂ ରଣଜିତ ମହାନ୍ତି, ଅନିଲ ସାମଲ ଓ ତ୍ରିଲୋଚନ ତ୍ରିପାଠୀ ଧାରାବିବରଣୀ ପ୍ରଦାନ କରିଥିଲେ। ଆସନ୍ତାକାଲି ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଭଦ୍ରକ ପୁଲିସ ଏକାଡେମୀ ସହିତ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ମଧ୍ୟରେ ଅନୁଷ୍ଠିତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top