ସର୍ବଦଳୀୟ ସ୍ମୃତି ସଭାରେ ଅଟଳଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ:ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

ଯାଜପୁର-୨୩/୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜଲାର ଚଣ୍ଡିଖୋଲ ସ୍ଥିତ ବିଜୁ କଲ୍ୟାଣମଣ୍ଡପ ପରିସରରେ ବୁଧବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବହୁ ପ୍ରତିଭାର ଅଧିକାରୀ, ରାଷ୍ଟ୍ରନାୟକ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଚାରଣ ପାଇଁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଟିତ ହୋଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଅଟଳ ବିହାରୀ ବାଜପେୟୀ ଶ୍ରଦ୍ଧାଞ୍ଜଳି ସମିତି ଆନୁକୁଲ୍ୟରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଟିତ ହୋଇଥିଲା। ଶିକ୍ଷାବିତ ବିନାୟକ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍କୃତି ଚାରଣ ସଭାରେ ସରକାରୀ ମୁଖ୍ୟ ସଚେତକ ତଥା ବଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ବାଜପେୟୀ ଜି କେବଳ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ବା ଜଣେ ବାଗ୍ମୀ ଭାବେ ସୀମିତ ନୁହଁନ୍ତି ସେ ବିଶ୍ୱରେ ଜଣେ ରାଷ୍ଟ୍ରନାୟକ ଭାବେ ପରିଚିତ ବୋଲି ମତ ଦେଇଥିଲେ। ଏଥିରେ ପୂବତନ ସାଂସଦ ମୋହନ ଯେନା, ବଡ଼ଚଣାର ବିଜେପି ନେତ୍ରୀ ସୀମନ୍ତିନୀ ଜେନା, ବିଜେପି ପଛୁଆ ବର୍ଗ ମୋର୍ଚ୍ଚାର ରାଜ୍ୟ ଉପ ସଭାପତି ଆଶୁତୋଷ ପରିଡ଼ା, ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଳିକ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଧନେଶ୍ୱର ସାମଲ, ବଡ଼ଚଣା ମୋହତ୍ସବ ସମିତିର ସଭାନେତ୍ରୀ ମନୋରମା ଆଚାର୍ଯ୍ୟ, ଚଣ୍ଡିଖୋଲ ପ୍ରେସ କ୍ଳବ୍ ସଭାପତି ପ୍ରଦୀପ୍ତ କୁମାର ପରିଡ଼ା, ଚଣ୍ଡିଖୋଲ ବଣିକ ସଂଘ ସଭାପତି କ୍ଷିରୋଦ ଚନ୍ଦ୍ର ମାହାଲା, ଚଣ୍ଡିଖୋଲ ଅସ୍ଥାୟୀ ବ୍ୟବସାୟୀ ସଂଘ ସଭାପତି ମହେଶ୍ୱର ବଳ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ, ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ଉଦୟନାଥ ସାହୁ, ଆଇନଜୀବୀ ଦେବରାଜ ବେହେରା, ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା, ସୁଙ୍ଗୁଡ଼ା ସରପଞ୍ଚ ·ଚାଲିନ ସ୍ୱାଇଁ, ହୋଲିଜେସସ ପବ୍ଳିକ୍ ସ୍କୁଲର ଅଧ୍ୟକ୍ଷା କାମିନୀ ନାୟକ, ବଡ଼ଚଣା ପଞ୍ଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ପ୍ରଞ୍ଚାନନ ଧଳ, ପୂର୍ବତନ ଜିଲା ପରିଷଦ ସଭ୍ୟ ରମାକାନ୍ତ ରାଉତ ଓ ସାରଦା ମହାନ୍ତି, ବରିଷ୍ଠ ବିଜେପି ନେତା ନିରଞ୍ଜନ ପଣ୍ଡା, କାହ୍ନୁ ଚରଣ ଦାଶ. ପବିତ୍ର ମୋହନ ଦାଶ, ବିଶିଷ୍ଟ ବ୍ୟବସାୟୀ ଶୈଳେନ୍ଦ୍ର କୁମାର ନାୟକ, ଯୁବନେତା ଅମୀୟ କୁମାର ପରିଡ଼ା ଓ ଦୀଲିପ କୁମାର ରାଉତ, ବିଜେପି ନେତା ମନୋରଂଜନ ଦାସ, ସୁନାରାମ ମାରାଣ୍ଡି, ରାଣା ପ୍ରତାପ ମହାପାତ୍ର, ତାପସ ମହାପାତ୍ର, ରଶ୍ମିରଂଜନ ଦାସ, ଦେବରଂଜନ ସ୍ୱାଇଁ, ନାରାୟଣ ଚନ୍ଦ୍ର ସାମଲ, ରମାକାନ୍ତ ଖୁଣ୍ଟିଆ, ସସ୍ମିତା ଲୋହାର, କିଶୋର ବାରିକ ଓ ରବିନ୍ଦ୍ର କୁମାର ନାୟକ, ଅଶୋକ ରଣା ପ୍ରମୁଖ ସ୍ୱର୍ଗତ ବାଜପେୟୀଙ୍କ ଗୁଣାବଳୀର ଅବତାରଣ କରି ତାଙ୍କ ପ୍ରଧାନମନ୍ତ୍ରତ୍ୱ କାଳରେ ହିଁ ପୋଖରାନ ମରମାଣୁ ପରୀକ୍ଷଣ, କାରଗିଲ୍ୟୁଦ୍ଧ, ଲାହୋରକୁ ବସରେ ଯାତ୍ରା, ସ୍ୱର୍ଣ୍ଣ ଚର୍ତୁଭୁଜ ରାଜପଥ ଯୋଜନା, ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱ-ରୋଜଗାର ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଅର୍ଣ୍ଣପୂର୍ଣ୍ଣା ଯୋଜନା, ଅନ୍ତ୍ୟୋଦୟ ଯୋଜନା ଆଦି ବହୁ ବିକାଶ ମୂଳକ ଓ ଦାରିଦ୍ୟ୍ର ଦୂରିକରଣ ଯୋଜନା ପ୍ରଣୟନ ଦ୍ୱାରା ସେ କୋଟି କୋଟି ଭାରତୀୟମାନଙ୍କ ହୃଦୟରେ ଚିରଦିନ ଅମର ରହିବେ ବୋଲି ମତରଖି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *