ସର୍ପ ମିଳନର ବିରଳ ଦୃଶ୍ୟ

ତୁରୁମୁଙ୍ଗା ୧୨/୬(ଓଡ଼ିଆ ପୁଅ/ସନ୍ତୋଷ ପତି)କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଚେମେଣା ଗ୍ରାମର ଶୁଣ୍ଢିପଶି ସାହିର ପୁରନ୍ଦର ମହାନ୍ତଙ୍କ ବାଡ଼ି ପଛ କୂଅ ନିକଟରେ। ଆଜି ସର୍ପ ମିଳନର ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବିରଳ ମିଳନକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଲୋକ କଥା ଅନୁସାରେ ଏହି ବିରଳ ଦୃଶ୍ୟକୁ ସ୍ଵଚକ୍ଷୁରେ ଦେଖିଥିବା ବ୍ୟକ୍ତିଙ୍କୁ ଭାଗ୍ୟବାନ ମଣାଯାଇଥାଏ ଏବଂ ମିଳନ ସ୍ଥାନର ମାଟିକୁ ଘରେ ଆଣି ରଖିଲେ ଧନ ସମ୍ପତ୍ତି ବଢ଼େ। ତେବେ ଏ ଦୃଶ୍ୟ ଅତ୍ୟନ୍ତ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ବୋଲି ଗ୍ରାମବାସୀ କହିଛନ୍ତି।

Leave a Reply

Your email address will not be published. Required fields are marked *