ସର୍ପାଘାତରେ ଜଣେ ମୃତ

ଯାଜପୁର,୧୯.୫(ଓଡିଆପୁଅ/ମାନସ ରାଉତ): ବଡଚଣା ବ୍ଲକ ଅନ୍ତର୍ଗତ ଅରଖପୁର ଗ୍ରାମର ରାଧାନାଥ ଜେନା(୫୬)ଙ୍କର ସର୍ପାଘାତରେ ମୃତୁ୍ୟ ହୋଇଥିବା ଜଣାଯାଇଛି । ଆଜି ସକାଳୁ ବିଲକୁ ଖତନେଇ ଯାଇଥିବା ବେଳେ ବିଷଧର ସାପ କାମୁଡି ଦେଇଥିଲା । ଫଳରେ ସେ ଘଟଣା ସ୍ଥଳରେ ଗୁରୁତର ହୋଇପଡିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ବଡଚଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିସôା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାଯାଇଛି । ବଡଚଣା ଥାନାଧିକାରୀ ଶରତଚନ୍ଦ୍ର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଶବଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛନ୍ତି ।

Leave a Reply

Your email address will not be published. Required fields are marked *