ଓଡ଼ିଶା

ସର୍ପଆଘାତରେ ଦେଢ଼ ବର୍ଷର ଶିଶୁକନ୍ୟା ମୃତ

ତୁରୁମୁଙ୍ଗା ୨୫-୬ (ଓଡ଼ିଆ ପୁଅ/ସନ୍ତୋଷ ପତି) ମୃତ୍ୟୁ ବି ଏମିତି ଆସେ। ମା’ କୋଳରୁ ଛଡାଇ ନେଲା ଛୁଆକୁ। ମା’ କୋଳରେ ଶୋଇଥିବା ବେଳେ ସର୍ପ ଆଘାତରେ ଏକ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ସାହରପଡା ବ୍ଲକ ଦାମାହୁଦା ଗ୍ରାମରେ। ଗତ କାଲି ବିଳମ୍ବିତ ରାତିରେ ଗ୍ରାମର ଶୁକଦେଵ ମାରାଣ୍ଡିଙ୍କ ଦେଢ ବର୍ଷର ଶିଶୁ କନ୍ୟା ସୂର୍ଯ୍ୟମଣି ମାରାଣ୍ଡି ନିଜ ମା’ ବାସଦେବ ମାରାଣ୍ଡିଙ୍କ ସହିତ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ି ଦେବାରୁ ଶିଶୁ କନ୍ୟାଟି କାନ୍ଦିବା ସହିତ ବାନ୍ତି କରିଥିଲା। ମା ଉଠି ସାପକୁ ଘର ଭିତରେ ଦେଖିବା ସହିତ ଶିଶୁ କନ୍ୟାଟିର ଦେହରେ କ୍ଷତ ଚିହ୍ନଥିବା ଦେଖିଥିଲେ। ପରେ ଶିଶୁ କନ୍ୟାକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଶିଶୁ କନ୍ୟାଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଖବର ପାଇ ସାହରପଡା ଫାଣ୍ଡି ପୋଲିସ ଅଶୋକ ପୋହି ପହଞ୍ଚି ଶିଶୁ କନ୍ୟାର ଶବକୁ ଜବତ କରି ବ୍ୟବଛେଦ କରାଇଛନ୍ତି। ଏନେଇ ପାଟଣା ଥାନା କେସ ନମ୍ବର ୧୭/୧୮ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top