ସର୍କସ, ନୃତ୍ୟ ଏବଂ ନାଟକ ପ୍ରଦର୍ଶନ ଉପରେ ଜିଏସଟି ଛାଡ଼ ପାଇଁ ଜିଏସଟି ପରିଷଦର ସୁପାରିସ

ସାଂସ୍କୃତିକ ଏବଂ କ୍ରୀଡ଼ା କାର୍ଯ୍ୟକ୍ରମ ପ୍ରବେଶ ଟିକେଟ ଉପରେ ଜିଏସଟି ଅନ୍ତର୍ଗତ ପ୍ରାରମ୍ଭିକ ଛାଡ଼ ସୀମା ୨୫୦ରୁ ୫୦୦କୁ ବଢ଼ିଲା

ନୂଆଦିଲ୍ଲୀ ୭-୨ (ଓଡ଼ିଆ ପୁଅ) ଦେଶରେ ସର୍କସ, ନୃତ୍ୟ, ଡ୍ରାମା କିମ୍ବା ନୃତ୍ୟ ସହିତ ନାଟକ ପ୍ରଦର୍ଶନ, କନସର୍ଟ, ସଂଗୀତ ପରିବେଷଣ ଏବଂ ଅନୁମୋଦନ ପ୍ରାପ୍ତ କ୍ରୀଡ଼ା ଇଭେଂଟର ପ୍ରତ୍ୟେକ ପ୍ରବେଶ ଟିକେଟ ଉପରେ ପ୍ରାରମ୍ଭିକ ଜିଏସଟି ଛାଡ଼ ସୀମାକୁ ୨୫୦ଟଙ୍କାରୁ ୫୦୦ଟଙ୍କାକୁ ବୃଦ୍ଧି କରାଯାଇଛି। ୧୮ ଜାନୁଆରୀ, ୨୦୧୮ରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି। ସେହିପରି ପ୍ଲାନେଟୋରିୟମରେ ପ୍ରବେଶ ଲାଗି ହେଉଥିବା ଟିକେଟ ଉପରେ ପ୍ରାରମ୍ଭିକ ଛାଡ଼ ସୀମାକୁ ମଧ୍ୟ ୫୦୦କୁ ବଢ଼ାଇବା ଲାଗି ପରିଷଦ ନିଷ୍ପତି ନେଇଛି।

୨୫ ଜାନୁଆରୀ, ୨୦୧୮ ଠାରୁ ପରିଷଦର ଏହି ନିଷ୍ପତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇସାରିଛି। ତେଣୁ ୨୫ ଜାନୁଆରୀ ପରଠାରୁ ସର୍କସ, ନୃତ୍ୟ, ଡ୍ରାମା କିମ୍ବା ନୃତ୍ୟ ସହିତ ନାଟକ ପ୍ରଦର୍ଶନ, କନସର୍ଟ, ସଂଗୀତ ପରିବେଷଣ, ଅନୁମୋଦନ ପ୍ରାପ୍ତ କ୍ରୀଡ଼ା ଇଭେଂଟ ଏବଂ ପ୍ଲାନେଟୋରିୟମର ପ୍ରତ୍ୟେକ ପ୍ରବେଶ ଟିକେଟ ଉପରେ ପ୍ରାରମ୍ଭିକ ଜିଏସଟି ଛାଡ଼ ସୀମା ୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ପଦକ୍ଷେପ ଦ୍ୱାରା ଦେଶରେ ସାଂସ୍କୃତିକ ଏବଂ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *