ସରୋଜ ମେମୋରିଆଲ ୩ୟ ବାର୍ଷିକ କ୍ରିକେଟ ପ୍ରତିଯୋଗିତା : ଡ୍ରିମ ଇଲେଭେନ୍ ଟିମ୍ ଚାମ୍ପିୟନ

ତାଳଚେର,୨୦/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସନ୍ଥପଡ଼ା ପଂଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମଠାରେ ସରୋଜ ମେମୋରିଆଲ ୩ୟ ବାର୍ଷିକ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ଏଥିରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିଲେ । ଡ୍ରିମ ଇଲେଭେନ୍ ଟିମ୍ ଏବଂ ଏଜେ ଷ୍ଟାର ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏଜେ ଷ୍ଟାର ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ବିଶିଷ୍ଟ ମ୍ୟାଚରେ ୮୯ରନ୍ ସଂଗ୍ରହ କରିଥିଲା । ତେବେ ଜବାବରେ ଡ୍ରିମ ଇଲେଭେନ୍ ୯୨ ରନ୍ ସଂଗ୍ରହ କରି ଚାମ୍ପିୟନ ହୋଇଥିଲା । ଡ୍ରିମ ଇଲେଭେନ୍ ପକ୍ଷରୁ ପିଂଟୁ ପ୍ରଧାନ ଅଧିନାୟକତ୍ୱ କରିଥିବା ବେଳେ ଜଗନ୍ନାଥ ପ୍ରଧାନ ଏଜେ ଷ୍ଟାର ଟିମ୍ ର ନେତୃତ୍ୱ ନେଇଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥିଭାବେ ଢେଙ୍କାନାଳ-ଅନୁଗୋଳର ମାନ୍ୟବର ସାଂସଦ ତଥାଗତ ଶତପଥୀଙ୍କ ତାଳଚେର ପ୍ରତିନିଧି ଗଦାଧର ସାହୁ ମୂଖ୍ୟ ଅତିଥିଭାବେ ଏବଂ ୱାର୍ଡ଼ ମେମ୍ବର ନରେନ୍ଦ୍ର ଭୂତିଆ,ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ରବି ନାରାୟଣ ଭୂତିଆ, ସମାଜସେବୀ ଇଶ୍ୱର ନାୟକ,ଶମ୍ଭୁ ଭୂତିଆ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ଚାମ୍ପିୟନ ଏବଂ ରନର୍ସ ଅପ୍ ଟିମ୍ କୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ମହେଶ୍ୱର ଭୂତିଆ,ଜିତେନ୍ଦ୍ର ବେହେରା ଅମ୍ପାୟାର ଦାୟିତ୍ୱ ନିର୍ବାହ କରିଥିଲେ । ଖେଳ ପରିଚାଳନାରେ କ୍ଲବ ସଭାପତି ଚିତରଞ୍ଜନ ସାହୁ,ସମ୍ପାଦକ ପିଂଟୁ ପ୍ରଧାନ,କୋଷାଧ୍ୟକ୍ଷ ଅଜୟ ସାହୁ,ସିପୁନ ଭୂତିଆ,ସୁବ୍ରତ ଭୂତିଆ,ରିଙ୍କୁ ଭୂତିଆ,ହେମାନନ୍ଦ ବିଶ୍ୱାଳ,ପ୍ରକାଶ ପ୍ରଧାନ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।
