ସରିଲା ରୁଅ ବାଡିଆ

ପୁରୀ:୦୮/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ତିନି ରଥରେ ରୁଆ କାଠ ବାଡିଆ କାମ ଶେଷ ହୋଇଛି। ତିନି ରଥରେ ଆବଶ୍ୟକ ରଥ କନା ଲଗାଇବା ପାଇଁ ଏହି କାଠର ଆବଶ୍ୟକ ପଡିଥାଏ। ରଥରେ ଦୁଆର ବାଣିଆ ବାଡିଆ ଓ କନିଆ ପଟା ବାଡିଆ କାମ ସରିଛି। ଧୂଳିଦଣ୍ଡା କାଠ ବାଡିଆ ସରିଥିବା ବେଳେ ସିଂହାସନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସଂହାସନ ପାଇଁ ଆବଶ୍ୟକ ଚକ କାମ ସରିଥିବା ବେଳେ କେବଳ ହଂସପଟା କାମ ଓ ଚାରିପଟ ଠେକେରା ବାଡିଆ କାମ ବାକି ରହିଛି ଆଜି ଚିତ୍ରକାରମାନେ ରଥ ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷରେ ରଙ୍ଗ ଦେବା କାର୍ଯ୍ୟକୁ ଆଗେଇ ନେଇଛନ୍ତି। ଦୋଳବେଦି କମାର ଶାଳରେ କମାର ସେବକମାନେ ଲୌହ ସାମଗ୍ରୀ କମାକୁ ଆଗେଇ ନେଇଛନ୍ତି।

Leave a Reply

Your email address will not be published. Required fields are marked *