ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡା ଅନୁଷ୍ଠିତ

ପୁରୀ, ୨/୧୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ହରଚଣ୍ଡି ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଏହି ପ୍ରତିଯୋଗୀତାକୁ ଜିଲ୍ଲା କ୍ରୀଡାଧିକାରୀ ଶରତ ଚନ୍ଦ୍ର ନନ୍ଦ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଆଗକୁ ବଢ଼ିବାକୁ ଶ୍ରୀନନ୍ଦ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଚିନ୍ମୟୀ ଦେବୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତ ଦୀନବନ୍ଧୁ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବାଲ୍ ଏବଂ କିଶୋର ବିଭାଗରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ଦୌଡ, ଉଚ୍ଚଡିଆଁ, ଲମ୍ବଡିଆଁ, ଗୋଳାଫିଙ୍ଗା ପ୍ରଭୃତି ପ୍ରତିଯୋଗୀତା କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା କ୍ରୀଡା ପରିଚାଳନାରେ ସହଯୋଗୀତା କରିଥିଲେ।

Leave a Reply

Your email address will not be published. Required fields are marked *