ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡା

ପୁରୀ, ୧୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ମଧୁବନ ସରସ୍ୱତୀ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଇନ୍ଦୋର ଷ୍ଟାଣ୍ଡିୟମ ପରିସରରେ ଉଦଘାଟିତ ହୋଇଯାଇଛି। ଗୁରୁବାର ପୂର୍ବାହ୍ନରେ ଆୟୋଜିତ ଏହି ପ୍ରତିଯୋଗିତାକୁ ପଂଜାବ ନ୍ୟାସନାଲ ବ୍ୟାଙ୍କର ପ୍ରବନ୍ଧକ ଅବିନାଶ ମିଶ୍ର ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କ୍ରୀଡାବିତ୍ ମାନଙ୍କୁ ଶପଥ ପାଠ କରାଇଥିଲେ। ବିଦ୍ୟାଳୟର କୋଷାଧ୍ୟକ୍ଷ ସର୍ବେଶ୍ୱର ବିଶୋଇ ଏବଂ ପ୍ରଧାନ ଆଚାର୍ଯ୍ୟ ଅରବିନ୍ଦ ମିଶ୍ର ଉଦ୍ଘାଟିତ ସଭାରେ ମଂଚାସୀନ ଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଦୌଡ ସଟଫୁଟ, ଜାଭଲିନ ଥ୍ରୋ, ଲଙ୍ଗଜମ୍ପ, ଓ ତ୍ରିପଲ ଜମ୍ପ ପ୍ରତିଯୋଜଗିତା ଅନୁଷ୍ଠିତ ହୋଇଥିଲା। ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବିଷ୍ଣୁ ପ୍ରସାଦ ପାଣୀ, କୁମୁଦୀନି ମିଶ୍ର, ମନମୋହନ ମିଶ୍ର, ବସନ୍ତ ବାରିକ, ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *