ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାୟପୁର ପଞ୍ଚାୟତ ସିରସ୍ଥା ଠାରେ ଥିବା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାମ ଆଚାର୍ଯ୍ୟ ଅଭିରାମ ସେଣ୍ଡ୍ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଅଦୈତ କୁମାର ସାହୁ, ମୁଖ୍ୟବକ୍ତା ଡ. ପିତାମ୍ବର ରାଉତ, ସମ୍ମାନିତ ଅତିଥି ଧନୁର୍ଯୟ ସ୍ୱାଇଁ, ବିଦ୍ୟାଳୟର ସଭାପତି ଇଂ ସୁକାନ୍ତ କୁମାର ସାହୁ, ଉପ-ସଭାପତି ସାମ୍ବାଦିକ ବାମଦେବ ସାହୁ, ସଦସ୍ୟ ବିଷ୍ଣୁ ଚରଣ ଦାସ, ସଦସ୍ୟା ମାଳବିକା ମହାପାତ୍ର, ବିଦ୍ୟୁତ ପରିଷଦର ସଂଯୋଜକ ସୁଚିତ୍ର କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ସଂପାଦକ ଆଲୋକ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଅତିଥି ପରିଚୟ ଦେଇଥିବା ବେଳେ ପ୍ରାଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସେଣ୍ଡ୍ ବାର୍ଷିକ ବିବରଣୀ ପାଠ କରିଥିଲେ। ଚଳିତ ବର୍ଷ ବିଦ୍ୟାଳୟରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦିଅଯାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟର ଛାତ୍ରାଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୁରୁମା ବିନୋଦିନୀ ମହାପାତ୍ର, ଅନୁପମା ସ୍ୱାଇଁ, ସାଧାନ ମୟୀ ଦାସ, ପ୍ରିୟଙ୍କା ସ୍ୱାଇଁ, କୌସଲ୍ୟା ବେହେରା, ଶିବାନୀ ମୁଦୁଲି, ଇତିଶ୍ରୀ ନାୟକ, ସଂଗୀତା ନାୟକ, ସୋନାଲୀ ମହାନ୍ତି, ଦେବଶ୍ରୀ ନାୟକ, ଶର୍ମିଷ୍ଠା ନାୟକ, ଲକ୍ଷ୍ମୀପ୍ରୟା ଦାସ, ସୁପ୍ରଜ୍ଞା ଦାସ, ସୌଦାମିନୀ ଦାସ, ସେବିକା ମଧୁସ୍ମିତା ନାୟକ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *