ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ଶିବିର ଓ ଶିଶୁମେଳା

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଂପାଦକ କୃପାସିନ୍ଧୁ ନାୟକଙ୍କ ପୌରହିତ୍ୟରେ ବିଦ୍ୟାଳୟରେ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ଓ ଶିଶୁ ମେଳା ମହା ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରଜିତ ମୁନ୍ନି ଅତିଥି ପରିଚୟ ଓ ପ୍ରାରମ୍ଭିକ ଭାଷଣ ମେଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବରେ ବରଗଡ଼ ବ୍ରୀଡ଼ କଲୋନୀର ଶିିଶୁ ଜ୍ଞନମନ୍ଦିରର ଯୁକ୍ତ ଦୁଇ ବିଜ୍ଞାନର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ମହାଳିକ ଯୋଗଦେଇ ଶିଶୁ ଶିବିର ଓ ଶିଶୁ ମେଳାର ବିଭିନ୍ନ ଦିଗ ସମ୍ପର୍କରେ ବହୁ ମୁଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ। ତତ୍ ସହିତ ଏହି ଶିଶୁ ଶିବିର ଓ ଶିଶୁ ମେଳାର ଶିଶୁର ସାମାଜିକ ସହଯୋଗ ଓ ବିକାଶ ଉପରେ ମେଳାର ଆବଶ୍ୟକତା ଉପରେ ମତ ରଖିଥିଲେ। ଏଥି ସହିତ ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ମେଳାରେ ୫୧ଟି ଷ୍ଟଲ ପ୍ରଦର୍ଶିତ ହୋଇଥିଲା ବେଳେ ଏଥିରେ ୨୫୦ ରୁ ଅଧିକ ଶିଶୁ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *