ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବାଲ୍ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି, ୧୨ା୧(ଓଡିଆପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତି ଶିଶୁ ମନ୍ଦିର ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଶିଶୁମାନଙ୍କ ପାଇଁ ଏକ ବାଲ୍ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୬ଷ୍ଠ ରୁ ୯ମ ଶ୍ରେଣୀର ବିଦ୍ୟାର୍ଥୀମାନେ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଗଞ୍ଜାମ ବିଭାଗର ପ୍ରଚାରକ ସାନ୍ତୁନୁ କୁମାର ମାଝି ଯୋଗଦେଇ ଶିଶୁମାନଙ୍କୁ ବାଲ ଶିବିରର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ବୁଝାଇଥିଲେ। ଶିବିରରେ ବିଭିନ୍ ଖେଳକୁଦ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତ୍ରି ଅଧିବେଷନରେ ବିଶିଷ୍ଠ ଚକ୍ଷୁ ଚିକିତ୍ସକ ଜନ୍ମେଞ୍ଜୟ ସାହୁ ଏବଂ ବିଦ୍ୟାଳୟର ପୂର୍ବତନ ଛାତ୍ର ରାମପ୍ରସାଦ ଦାସ ଯୋଗଦେଇ ଶିଶୁମାନଙ୍କୁ ନିଜ କ୍ୟାରିଅର ସମ୍ବନ୍ଧରେ ପରାମର୍ଶ ଦେଇଥିଲେ। ଶିବିରରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଛାତ୍ର ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଗଜପତି ଜିଲା ସଂଘ ଚାଳକ ଅନାଦି ପାଣିଗ୍ରାହି ଓ ରାମାନନ୍ଦଦାସଜୀ ମହାରାଜ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଗୁରୁଜୀ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *