ad
ଜିଲ୍ଲା ପରିକ୍ରମା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ମାତୃ ସମ୍ମିଳନୀ

ପୁରୀ, ୧୨/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ମଧୁବନ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟର ସାମୁହିକ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୭୩ଜଣ ମାଆମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ପିଠା ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସରସ୍ୱତୀ ଜ୍ଞାନମନ୍ଦିର ଅଧ୍ୟକ୍ଷା ରଂଙ୍ଗଳତା ସାହୁଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱୋଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସଭାକାର୍ଯ୍ୟ ଆରମ୍ଭରେ ବିଦ୍ୟାଳୟର ଶିଶୁ ଭଉଣୀମାନଙ୍କ ଦ୍ୱାରା ବନ୍ଦନା, ପ୍ରାର୍ଥନା ଓ ପରେ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ଏହାପରେ ମାତୃ ଭାରତୀର ସଭାପତି ନୃତ୍ୟବାଳା ମହାନ୍ତି ଓ ସଂପାଦକ ବିଷ୍ଣୁପ୍ରିୟା ଚୌଧୁରୀଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉପଢୌକନ ମାଧ୍ୟମରେ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ବରିଷ୍ଠ ଆଚାର୍ଯ୍ୟ ବିଷ୍ଣୁପ୍ରସାଦ ପାଣିଙ୍କ ଦ୍ୱାରା ମଞ୍ଚାସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ସୁରେଶ ମିଶ୍ର ମାତୃ ସମ୍ମିଳନୀର ଆଭିମୁଖ୍ୟ ଉପରେ ସ୍ୱାଗତ ଭାଷଣ ରଖିଥିଲେ ଏହାପରେ ୨ୟଶ୍ରେଣୀ ଛାତ୍ରୀ ଜୟସ୍ମିତା ପ୍ରଧାନଙ୍କ ଦ୍ୱାରା ଓଡ଼ିଶି ନୃତ୍ୟ ପରିବେଷଣ କରାଯାଇଥିଲା ଏହାପରେ ମାଆମାନଙ୍କର ମତାମତ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ଆଚାର୍ଯ୍ୟ ନିରଞନ ନାୟକଙ୍କ ଦ୍ୱାରା ରଚିତ ଦାସକାଠିଆ ୮ମ ଶ୍ରେଣୀର ଛାତ୍ରୀ ଲିପ୍ସା ବରାଳ ଓ ଅତିଥିଙ୍କ ମାର୍ଗଦର୍ଶନ ପରେ ପିଠା ପ୍ରଦର୍ଶନରେ ପୁରସ୍କୃତ ହୋଇଥିବା ମାଆମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟ ମାତୃଭାରତୀର ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁରେଶ ମିଶ୍ର ମାତୃ ସମ୍ମିଳନୀର ପ୍ରମୁଖ ଆଚାର୍ଯ୍ୟା ଝରଣା ସେନାପତିଙ୍କ ତତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଗୁରୁଜୀଗୁରୁମା, ସେବକଭାଇ, ଭଉଣୀ, ଗାଇଡ଼ର ଭଉଣୀମାନେ ଓ ମାତୃ ଭାରତୀର ସଦସ୍ୟମାନେ ପରିଚାଳନା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top