ଆମ ପର୍ବ ପର୍ବାଣୀ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ରାଧାକୃଷ୍ଣ କୀର୍ତ୍ତନ ମଣ୍ଡଳୀରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ହରିଚନ୍ଦନପୁର,ତା ୦୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ହରିଚନ୍ଦନପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ରାଧାକୃଷ୍ଣ କୀର୍ତ୍ତନ ମଣ୍ଡଳୀ ଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ କରାଯାଇଛି । ସରସ୍ୱତୀ ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନେ ରାଧା କୃଷ୍ଣଙ୍କର ବେଶରେ ସଜ ହେଇ ପ୍ରତିଯୋଗିତା ସହ କୃଷ୍ଣଙ୍କ ଜନ୍ମ ବୃତାନ୍ତଙ୍କୁ ନେଇ ଅଭିନୟ ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଧା କୃଷ୍ଣଙ୍କ ବେଶରେ ସଜ ହୋଇଥିବା କୁନି ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଧାଡି ମଧ୍ୟରେ ବଜାର ପ୍ରରିକ୍ରମା କରିବା ସହ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଓ ବିଦ୍ୟାଳୟରେ କୁନି ଛାତ୍ର ଛାତ୍ରୀମାନଙ୍କ ରାଧା କୃଷ୍ଣଙ୍କ ସୁସଜ୍ଜିତ ବେଶକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଜମିଥିଲା । ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଅନେକ ଧୁମଧାମରେ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବକୁ ପାଳିତ କରାଯାଇଛି । ଏହି କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସୁରଥ ଚନ୍ଦ୍ର ମହାନ୍ତ, ସମ୍ମାନୀତ ଅତିଥି ଭାବେ ସଂଙ୍ଗୀତ ଶିକ୍ଷକ ସନ୍ଦୀପ ମହାପାତ୍ର, ରାଇରଙ୍ଗପୁର କଲେଜର ଅଧ୍ୟାପିକା ସୁମିତା କବି, ଓ ବିଦ୍ୟାଳୟ ପରିଚାଳନା କମିଟର ସଭାପତି ସଚ୍ଚିନ୍ଦ୍ର ମୋହନ ପୃଷ୍ଟି ଯୋଗ ଦେଇଥିଲେ । ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସେହି ଭଳି ହରିଚନ୍ଦନପୁର ରାଧାମୋହନ କୀର୍ତ୍ତନ ମଣ୍ଡଳୀ କର୍ମକର୍ତ୍ତାଙ୍କ ନେତୃତ୍ୱରେ ରାଧାକୃଷ୍ଣ ମନ୍ଦିର ପରିସର ମଧ୍ୟରେ ବହୁ ଆଡମ୍ବନରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଛି । ଏଥି ସହ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ବହୁ ଜାକଜମକରେ କୃଷ୍ଣଙ୍କର ଜନ୍ମବାର୍ଷିକ ଉତ୍ସବକୁ ପାଳନ କରାଯାଇଛି । କମିଟର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଜନ୍ମ ବାର୍ଷିକ ଉତ୍ସବକୁ ଦେଖିବା ପାଇଁ ରାଧାକୃଷ୍ଣ ମନ୍ଦିରକୁ ଦୁରଦୁରାନ୍ତରୁ ଶହ ଶହ ଲୋକମାନଙ୍କ ଭିଡ ଜମିଥିଲା । ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା କାର୍ଯ୍ୟ ଚାଲିଥିବା ସହ ଘଣ୍ଟ ମୃଦଙ୍ଗ ତାଳେ ତାଳେ ଭଜନ କୀର୍ତ୍ତନ ସମାରୋହ ଚାଲିଥିଲା । ଆସିଥିବା ଶହ ଶହ ଶ୍ରଧାଳୁ ଭକ୍ତମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କମିଟ୍ ତରଫରୁ କରାଯାଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top