ଜିଲ୍ଲା ପରିକ୍ରମା

ସରସ୍ୱତୀ ବିହାରରେ ୧୫ଶ ଦୋଳ ମେଲଣ

ଭଦ୍ରକ, ୩ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସରସ୍ୱତୀ ବିହାର ଶ୍ରୀଚକ୍ରସୁଦର୍ଶନ କ୍ଷେତ୍ରପରିସରରେ ହୋଲି ଅବସରରେ ପଞ୍ଚଦଶ ଦୋଳ ମେଲଣ ଶ୍ରୀଜଗନ୍ନାଥ ଭକ୍ତ ସମ୍ମିଳନୀ ମହାସମାରୋହରେ ଆୟୋଜିତ ହୋଇ ଯାଇଛି। ଆଖପାଖ ଗ୍ରାମରୁ ୧୮ଟି ବିମାନରେ ସମାଗତ ରାଧାକୃଷ୍ଣଙ୍କୁ ଆତସବାଜି ଜରିଆରେ ଭବ୍ୟ ସ୍ୱାଗତ କରିଥିଲେ ଡକ୍ଟର ସଦାନନ୍ଦ ଦୀକ୍ଷିତ। ଗୁରୁମା ଅନ୍ନପୂର୍ଣ୍ଣା ଦେବୀ ଓ ମାତୃ ମଣ୍ଡଳୀ ସଦସ୍ୟାଗଣ ଠାକୁରମାନଙ୍କୁ ବନ୍ଦାପନା କରିବା ପରେ ବିଶିଷ୍ଟ ପ୍ରବଚକ ପଣ୍ଡିତ ଚାରଣ ହରିହର ଦାସ ଶ୍ରୀରାଧାକୃଷ୍ଣ ପ୍ରେମତତ୍ତ୍ୱ ଓ ହୋଲି ମହୋତ୍ସବ ଉପରେ ତାତ୍ତ୍ୱିକ ପ୍ରବଚନ ପ୍ରଦାନ କରିଥିଲେ। ପୂଜ୍ୟ ଦତ୍ତାତ୍ରେୟ ବାନପ୍ରସ୍ଥୀ ଆଧ୍ୟାତ୍ମିକ ଜୀବନର ସ୍ୱରୂପ ଓ ଫଳଶୃତି ସଂପର୍କରେ ବୁଝାଇଥିଲେ। ଶେଷରେ ଶ୍ରୀଜଗନ୍ନାଥ ଚେତନା ସାରଥି ଯଶୋବନ୍ତ ବେହେରାଙ୍କ ନେତୃତ୍ୱରେ ହୋଲି ଗୀତିକା ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକୁ ଉମାକାନ୍ତ ପଣ୍ଡା, ସୀତାରାମ ସାହୁ, ମାଧବାନନ୍ଦ ବେହେରା, ପଲ୍ଲବୀ ପ୍ରିୟଦର୍ଶିନୀ ନାୟକ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top