ଜିଲ୍ଲା ପରିକ୍ରମା

ସରସ୍ୱତୀ ବିଦ୍ୟା ବିହାରରେ ସଂସ୍କୃତ ସମ୍ଭାଷଣ ଶିବିର

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସଂସ୍କୃତ ଭାଷାକୁ ଲୋକପ୍ରିୟ ଲୋକଭାଷାରେ ପରିଣତ କରିବା ଲକ୍ଷ୍ୟରେ ପ୍ରତିଷ୍ଠିତ ଲୋକଭାଷା ପ୍ରଚାର ସମିତି ପକ୍ଷରୁ ସରସ୍ୱତୀ ବିଦ୍ୟାବିହାରରେ ଏକ ଦଶଦିନିଆ ସଂସ୍କୃତ ସମ୍ଭାଷଣ ଶିବିର ଆୟୋଜିତ ହୋଇ ଯାଇଛି। ଗତ ୧୨ ତାରିଖରେ ସମିତିର ରାଷ୍ଟ୍ରୀୟ ସଚିବ ବିନୟ ଶର୍ମାଙ୍କ ଦ୍ୱାରା ଉଦ୍ଘାଟିତ ଏହି ଶିବିରକୁ ସମିତିର କେନ୍ଦ୍ରୀୟ ପ୍ରଶିକ୍ଷକ ସରୋଜ କୁମାର ଦାଶ ପରିଚାଳନା କରିଥିଲେ। ବିଦ୍ୟା ବିହାରର ୫୬ଜଣ ବରିଷ୍ଠ ଛାତ୍ରଛାତ୍ରୀ ଏହି ସଂସ୍କୃତ ଶିବିରରେ ଭାଗ ନେଇଥିଲେ। ସମାପନ ସମାରୋହରେ ରର୍ଗଳ ସଂସ୍କୃତରେ ସମ୍ଭାଷଣ ଓ ଭାଷଣ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ମାତୃଭୂମିଃ ଭାରତମ୍ – ମାତୃଭାଷା ସଂସ୍କୃତମ୍’ ସଂସ୍କୃତ ନାଟିକା ପ୍ରଦର୍ଶିତ ହୋଇଥିଲା ଏବଂ ଗୀତା ପାଠ କରିଥିଲେ। ଗୁୁୁରୁମା ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବଳରାମ ପାଣିଗ୍ରାହୀ, ପରିବେଶବିତ୍ ଯୁଧିଷ୍ଠିର ପଣ୍ଡା, ସମାଜସେବୀ କାଙ୍ଗାଳି ସ୍ୱାିଁ ତଥା ରାମଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top