ସରସ୍ୱତୀ ବିଦ୍ୟା ବିହାରରେ ଶିଶୁ ମହୋତ୍ସବ

ଭଦ୍ରକ,୧୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସରସ୍ୱତୀ ବିହାରସ୍ଥ ସରସ୍ୱତୀ ବିଦ୍ୟା ବିହାର ପରିସରରେ ଗୁରୁମା ଅନ୍ନପୂର୍ଣ୍ଣା ଦେବୀଙ୍କ ପୌରହିତ୍ୟରେ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ବଳରାମ ପାଣିଗ୍ରାହୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ବିମ୍ବାଧର ମହାନ୍ତି ଶିଶୁମାନଙ୍କୁ ସ୍ୱାସ୍ଥ୍ୟ ଲାଭ ଓ ଶିକ୍ଷାଲାଭ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାବିହାରର ଉପଦେଷ୍ଟା ପରିବେଶବିତ୍ ଯୁଧିଷ୍ଠିର ପଣ୍ଡା ଦେଶ ଗଠନରେ ଶିଶୁମାନଙ୍କର ଭୂମିକା ରହିଛି ବୋଲି ମାର୍ଗଦର୍ଶନ ପ୍ରଦାନ କରିଥିଲେ । ସରସ୍ୱତୀ ବିହାରର ଅଧ୍ୟକ୍ଷ ଡ. ସଦାନନ୍ଦ ଦିକ୍ଷିତ ଶିଶୁମାନଙ୍କର ମଙ୍ଗଳ କାମନା କରିଥିଲେ । ଏହି ଅବସରରେ ଆୟୋଜିତ ଭାଷଣ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଶିଶୁଗଣ ଦେଶାତ୍ମବୋଧକ ଗୀତ ଗାନ କରିଥିଲେ । ଶେଷରେ ଗୁରୁମା କଲ୍ୟାଣୀ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *