ଜିଲ୍ଲା ପରିକ୍ରମା

ସରସ୍ୱତୀ ବିଦ୍ୟା ବିହାରରେ ବାର୍ଷିକ କ୍ରୀଡ଼ା ଉତ୍ସବ

ଭଦ୍ରକ, ୫ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବରପଦାସ୍ଥ ସରସ୍ୱତୀ ବିଦ୍ୟାବିହାରର ପଞ୍ଚମ ବାର୍ଷିକ କ୍ରୀଡା ଉତ୍ସବ ସରସ୍ୱତୀ ବିହାର ଶିଶୁ ଉଦ୍ୟାନରେ ବିଶିଷ୍ଟ ପରିବେଶବିତ୍ ଯୁଧିଷ୍ଠିର ପଣ୍ଡା, ଶିକ୍ଷାବିତ୍ ବିମ୍ବାଧର ମହାନ୍ତି, ମାଧବାନନ୍ଦ ବେହେରା ଓ ଡ. ସଦାନନ୍ଦ ଦୀକ୍ଷିତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। ନିର୍ଦ୍ଦେଶିକା ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାବିହାରର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର କ୍ରୀଡା କୌଶଳ ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିଥିଲେ। ଦ୍ୱିତୀୟ ଦିବସରେ ଅଭିଭାବକମାନଙ୍କ ମଧ୍ୟରେ ମ୍ୟୁଜିକ ଚେୟାର, ଦୌଡ ଓ କବାଡି ତଥା ମାଆମାନଙ୍କ ମଧ୍ୟରେ ଶଙ୍ଖନାଦ, ମୁରୁଜ ଓ ହୁଳହୁଳି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାବିହାରର ଗୁରୁମାମାନେ କଲ୍ୟାଣୀ, ଅପରାଜିତା, ବିଜୟଲକ୍ଷ୍ମୀ, ସ୍ନେହଲତା, ପୁଷ୍ପାଞ୍ଜଳି, ଗୀତାଞ୍ଜଳି, ଜ୍ୟୋତ୍ସ୍ନାରାଣି, ପଲ୍ଲବୀ, ସୁଜାତା ଓ ଗୁରୁଜୀ ନାରାୟଣ ସହଯୋଗ କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ବିଦ୍ୟାବିହାରର ବାର୍ଷିକ ଉତ୍ସବରେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ବିଦ୍ୟାବିହାରର ନିର୍ଦ୍ଦେଶିକା ଅନ୍ନପୂର୍ଣ୍ଣା ଦେବୀ ସୂଚନା ଦେଇ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top