ସରସ୍ୱତି ଶିଶୁ ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ତିର୍ତ୍ତୋଲ୨୨/୦୨(ଓଡ଼ିଆ ପୁଅ/ଟୁକନ ସେଠୀ)–ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତ ଛତ୍ରମଠଠାରେ ଥିବା ସରସ୍ୱତି ଶିଶୁ ମନ୍ଦିରରେ ଗତ କାଲି ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ସାହୁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ଯୁବସଂଗଠକ ଅମରଜ୍ୟୋତି ସାହୁ ଯୋଗଦେଇ ମାତୃଭାଷା, ମାତୃଭୂମି ଉଭୟ ଦେବତା ବୋଲି ମତବ୍ୟକ୍ତ କରିଥିଲେ। ଏହା ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା, ଗ୍ରାମରେ ସଚେତନତା ପଦଯାତ୍ରା କରାଯାଇଥିଲା। ଗୁରୁମା ବିଦିତା ଛାଟୋଇ, ମନୋରମା ଦାସ, ଲିପ୍ତିମୟୀ ନାୟକ, ଚିନ୍ମୟୀ ସାହୁ, ଶୁଭଶ୍ରୀ ତ୍ରିପାଠୀ, ଦେବସ୍ମିତା ନାୟକ, ସାଗରିକା ନାୟକପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *