ଜଗତସିଂହପୁର

ସରପଞ୍ଚ ଫେରାଇଲେ ମନିପର୍ସ

ତିର୍ତ୍ତୋଲ ୧୧/୦୨(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତ ଧରଣୀଛକ ଠାରେ ଏକ ମନିପର୍ସ ପଡ଼ିଥିବା ସ୍ଥାନୀୟ ସରପଞ୍ଚ ମନୋଜ କୁମାର ବେହେରା ପାଇଥିଲେ। ମନିପର୍ସ ଭିତରେ ୩ହଜାର ୭ଶହ ଟଙ୍କା, ଏକ ଭୋଟର ଆଇଡ଼ି କାର୍ଡ଼, ଡ଼୍ରାଇଭିଂ ଲାଇସେନ୍ସ୍, ଷ୍ଟେଟ୍ ବ୍ୟାଙ୍କର ଏଟିଏମ କାର୍ଡ଼ ଥିଲା। ମନିପର୍ସଟି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ପାଖଡ଼ ପଞ୍ଚାୟତ ପାଖଡ଼ ଗ୍ରାମର ମୁରଲୀଧର ସାହୁଙ୍କ ପୁତ୍ର ରାହୁଲ କୁମାର ସାହୁଙ୍କର ବୋଲି ଜାଣିଲା ପରେ ସରପଞ୍ଚ ଶ୍ରୀଯୁକ୍ତ ବେହେରା ଉକ୍ତ ଯୁବକଙ୍କ ସମ୍ପର୍କୀୟଙ୍କୁ ଫୋନଯୋଗେ ଯୋଗାଯୋଗ କରି ରାହୁଲଙ୍କୁ ତାଙ୍କର ଆଧାର ପ୍ରମାଣପତ୍ର ଦେଖିଲାପରେ ମନିପର୍ସ ସମେତ ସମସ୍ତ ଟଙ୍କା ଓ କାଗଜପତ୍ର ଫେରାଇଦେଇଥିଲେ। ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଉକ୍ତ ଯୁବକ କୃତଜ୍ଞତା ଜଣାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top