ସରପଞ୍ଚଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଡିଓଙ୍କ ଠାରେ ଅଭିଯୋଗ

ଖଇରା, ୧୯/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)- ଖଇରା ବ୍ଲକ ନନ୍ଦୁର ପଞ୍ଚାୟତର ମାସିକିଆ ବୈଠକରେ ଜଣେ ୱାର୍ଡ ସଭ୍ୟଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗରେ ୧୦ଜଣ ୱାର୍ଡ ସଭ୍ୟ ଶୁକ୍ରବାର ଖଇରା ବିଡିଓ ରମେଶ ଚନ୍ଦ୍ର ଯେନାଙ୍କୁ ଲିଖିତ ଅଭିଯୋଗ କରିବା ପାଇଁ ଆସିଥିଲେ। କିନ୍ତୁ ବିଡିଓଙ୍କ ଅନୁପସ୍ଥିତି ଯୋଗୁଁ ସହକାରୀ ନିର୍ବାହିଯନ୍ତ୍ରୀ ବିଜୟଲକ୍ଷ୍ମୀ ଟୁଡୁ ଏହି ଅଭିଯୋଗକୁ ଗ୍ରହଣ କରିଥିଲେ।। ଅଭିଯୋଗ ଅନୁଯାଇ ୧୬ ତାରିଖରେ ପଞ୍ଚାୟତ ସଭା ଗୃହରେ ବୈଠକ ଚାଲିଥିଲା। ନଳ କୂପ ନିକଟରେ ପ୍ଲାଟଫର୍ମ ନିର୍ମାଣକୁ ନେଇ ୱାର୍ଡ ସଭ୍ୟ ଗୌତମ ନାୟକ ସରପଞ୍ଚକୁ ପ୍ରଶ୍ନ କରିଥିଲେ। ସରପଞ୍ଚ ଏଥିରେ ଉତ୍ୟକ୍ତ ହୋଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସରପଞ୍ଚଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ସମିତି ସଭ୍ୟା ମଂଜୁଲତା ଓଝା, ନାୟବ ସରପଞ୍ଚ ଶକୁନ୍ତଳା ସାହୁ, ପ୍ରମିଳା ମଲ୍ଲିକ, ସଂଯୁକ୍ତା ବିଶ୍ୱାଳ, ଶୁକଦେବ ଶିଅଳ, ଗୌରୀ ଦେଇ, ବାସନ୍ତି ତିରିଆ, ଭକ୍ତିଲତା ମହାନ୍ତି, ଅନ୍ନପୂର୍ଣ୍ଣା ମହାନ୍ତି ଓ ମଣିଭଦ୍ର ଧଡା ପ୍ରମୁଖ ବିଡିଓଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସରପଞ୍ଚ ସୁରେନ୍ଦ୍ର ନାୟକଙ୍କୁ ଯୋଗାଯାଗ କରିବାରୁ କହିଛନ୍ତି ଯେ ପ୍ଲାଟ ଫର୍ମ ନିର୍ମାଣକୁ ନେଇ ୱାର୍ଡ ସଭ୍ୟଙ୍କ ସହ ପାଟିତୁଣ୍ଡ ହୋଇଥିଲା। ପ୍ରଥମେ ୱାର୍ଡ ସଭ୍ୟ ତାଙ୍କୁ ଆକ୍ଷେପକରି କହିବା ପରେ ସେ ମଧ୍ୟ ପ୍ରତିଆକ୍ଷେପ କରିଥିଲେ।

Leave a Reply

Your email address will not be published. Required fields are marked *