ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କୁ ମିଳିଲା ଜାତୀୟ ପୁରସ୍କାର

ଘଟଗାଁ,୨୮.୦୪(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ମୁକୁନ୍ଦପୁରପାଟଣା ଗ୍ରାମପଂଚାୟତର ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କୁ ମିଳିଲା ଗ୍ରାମିଣ ବିକାଶ ଓ ସଶକ୍ତିକରଣରେ ଜାତୀୟ ପୁରସ୍କାର । ଗତ ୨୪ ତାରିଖରେ ମଧ୍ୟପ୍ରଦେଶର ମାଣ୍ଡଲା ଠାରେ ଅନୁଷ୍ଠିତ ଜାତୀୟ ପଂଚାୟତରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ପଚଂୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ମଧ୍ୟପ୍ରଦେଶର ରାଜ୍ୟପାଳ ଆନାଦିବେଲ ପଟେଲ ଓ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ଯୋଗଦେଇ ସରପଂଚ ଅନ୍ନପୁର୍ଣ୍ଣା ଦେହୁରୀଙ୍କୁ ଦିନଦୟାଲ ଉପାଧ୍ୟାୟ ପଂଚାୟତ ସଶକ୍ତିକରଣ ପୁରଷ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀ,ବିଡିଓ ବିଚିତ୍ର କୁମାର କର,ପଂଚାୟତ ପରାମର୍ଶ ଦାତା ସଂଞୟ ମିଶ୍ର ଘଟଗାଁରେ ପହଚିଁବା ପରେ ସ୍ଥାନୀୟ ଅଂଚଳବାସୀ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସରପଂଚଙ୍କୁ ଶୋଭାଯାତ୍ରରେ ଗ୍ରାମ ଓ ବଜାର ପରିକ୍ରମା କରାଇଥିଲେ । ପରେ ଅୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ସରପଂଚ ସମସ୍ତଙ୍କ ସହ ଯୋଗ ପାଇଁ ଧନ୍ୟବାଦ ଜଣାଇବା ସହ ଆଗମୀ ଦିନରେ ଶିକ୍ଷା,ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ଲୋକ ମାନଙ୍କର ସାମଜିତ ଓ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଉଦ୍ୟମ ଜାରି ରହିବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *