ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀ ଓ ଶିକ୍ଷକ ରୋହିତ ବେହେରା ସମ୍ବର୍ଦ୍ଧିତ

ଘଟଗାଁ, ୨୬/୧୦(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ପ୍ରେସ କ୍ଲବ ପକ୍ଷରୁ ମୁକୁନ୍ଦପୁରପାଟଣା ପଂଚାୟତ ସଭା ଗୃହରେ ଏକ ସମ୍ବର୍ଦ୍ଧନ ଉତ୍ସବ ପାଳନ କରାଯାଇଥିଲା। ଏହି ଉତ୍ସବରେ ଶିକ୍ଷକ ରୋହିତ ବେହେରା ଓ ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଯାଇଥିଲା। ସୂଚନା ଥାଉକି ଚଳିତ ବର୍ଷ ଶିକ୍ଷକ ରୋହିତ ବେହେରା ରାଷ୍ଠ୍ରପତି ପୁରଷ୍କାର ପାଇବା ପରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରୁ ସୁଭେଚ୍ଛାର ସୁଅ ଛୁଟିଥିଲା। ଏଥି ସହିତ ମୁକୁନ୍ଦପୁରପାଟଣା ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀ ଦିଲ୍ଲୀରେ କେନ୍ଦ୍ର ପଂଚାୟତ ରାଜ ବିଭାଗ ଦ୍ୱାରା ଆୟୋଜିତ ଏକ ଜାତୀୟ କର୍ମଶାଳାରେ ରାଜ୍ୟର ଏକ ମାତ୍ର ସରପଂଚ ଭାବେ ନିଜ ପଂଚାୟତର ଗ୍ରାମୀଣ ବିକାଶର ଚିତ୍ର ପ୍ରଦର୍ଶିନି କରିବାରେ ସୁଯୋଗ ପାଇଥିଲେ। ଏହି ପ୍ରଦର୍ଶନୀକୁ ଦେଖିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ୱାରା ସରପଂଚ ପ୍ରଶଂସିତ ହୋଇଥିଲେ। ଘଟଗାଁର ଏହି ଦୁଇ ପ୍ରତିଭା ପାଇଁ ଘଟଗାଁ ତଥା କେନ୍ଦୁଝର ଜିଲ୍ଲା ଗର୍ବିତ। ମଙ୍ଗଳବାର ଦିନ ଆୟୋଜିତ ଉତ୍ସବରେ ଏହି ଦୁଇ ପ୍ରତିଭାଙ୍କୁ ପ୍ରେସ କ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ଉତ୍ସବରେ ପ୍ରେସ କ୍ଲବର ସଭାପତି ପ୍ରଦୀପ ସା, ସମ୍ପାଦକ ଦିଲ୍ଲୀପ ମିଶ୍ର, ଉପସଭାପତି ସମୀର ପ୍ରଧାନ, ସହକାରୀ ସମ୍ପାଦକ ଯୋଗେସ ପଣ୍ଡା, କୋଷାଧକ୍ଷ ନାରାୟଣ ପଲେଇ। ବରିଷ୍ଠ ସାମ୍ବାଦିିକ – ସଞ୍ଜୟ ମିଶ୍ର, ପ୍ରଫୁଲ୍ଲ ରାଉତ, ପ୍ରଫୁଲ୍ଲ ସାହୁ, ଚନ୍ଦ୍ରଶେଖର ସାହୁ, ଧନୁର୍ଯୟ ସତପଥି, ମନୋଜ ବିଶ୍ୱାଳ, ମହେନ୍ଦ୍ର ପାତ୍ର, ସଞ୍ଜିତ ରାଉତ, ଭିମସେନ ବଳ। ଯୁବ ସାମ୍ବାଦିକ- ଛବିନ୍ଦ୍ର ଜେନା, ରଞ୍ଜିତ ମହାନ୍ତ, ଶେଷନନ୍ଦନ ବଳ, ଦେବାଶିଷ ଭଞ୍ଜ, ଭବାନୀ ପ୍ରସାଦ ମହାନ୍ତ ଆଦି ପ୍ରେସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *