କୋରାପୁଟ

ସରପଂଚଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ

କୋରାପୁଟ ; ତା୧୯-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ୫୦ ହଜାର ଟଙ୍କା ଦାଦାବଟି ନଦେଲେ କାମ ବନ୍ଦ କର ନଚେତ ଜୀବନରେ ମାରି ଦେବାକୁ ଠିକା କମ୍ପାନୀ କର୍ମଚାରୀଙ୍କୁ ଜଣେ ସରପଂଚଙ୍କ ସ୍ୱାମୀ ଧମକ ଦେବା ସହ ତାଙ୍କ ନିକଟରୁ ୫ହଜାର ଟଙ୍କା ଛଡାଇ ନେଇଥିବା କୋରାପୁଟ ସଦର ଥାନାରେ ଅଭିଯୋଗ ହୋଇଛି। ଘଟଣା ଘଟିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଂଚାୟତରେ। ସୂଚନା ଅନୁଯାୟୀ, ନନ୍ଦିଗାଁ ଠାରୁ ଦିଶାଲି ଗ୍ରାମକୁ ପ୍ରଧାନ ମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ଚାଲିଛି, କିଛି ଦିନ ପୂର୍ବରୁ ଫୁଲବେଡା ସରପଂଚ ରାଧା ମୁଦୁଲିଙ୍କ ସ୍ୱାମୀ ରମେଶ ଖରା ଓ ଅନ୍ୟ କେତେକ ଯୁବକ ରାସ୍ତା କାମ ପାଖକୁ ଯାଇ ଦାୟିତ୍ୱରେ ଥିବା ସୁପରଭାଇଜର ରାଜ୍ ନନ୍ଦନ କୁମାରଙ୍କୁ ୫୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। ସୁପରଭାଇଜର ନନ୍ଦନ କୁମାର ଟଙ୍କା ଠିକାଦାରକୁ ମାଗିପା ପାଇଁ କହିବାରୁ ସେମାନେ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଚାଲି ଯାଇଥିଲେ। ତେବେ ଆଜି ପୂର୍ବାନ୍ନରେ ରମେଶ ଖରା ଅନ୍ୟ ୩-୪ଜଣ ଯୁବକଙ୍କ ସହ ସାଇଟକୁ ଆସି ୫୦ହଜାର ଟଙ୍କା ମାଗିଥିଲା। ସୁପରବାଇଜର ମନା କରିବାରୁ ତାଙ୍କୁ ମାରପିଟ କରି ପାଖରେ ଥିବା ୫ହଜାର ଟଙ୍କା ଚଡାଇ ନେଇଯିବା ସହ ବଳକା ୪୫ହଜାର ଟଙ୍କା ତୂରନ୍ତ ଦେ ନଚେତ ତତେ ହତ୍ୟା କରି ପୋତିଦେବୁ, ତୋର ମୃତଦେହ ମଧ୍ୟ କେହି ପାଇବେନି ବୋଲି ଧମକ ଦେଇଥିବା ସୁପରଭାଇଜର ନନ୍ଦନ କୁମାର ସଦର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ଘଟଣାର ମୁଖ୍ୟ ଅଭିଯୁକ୍ତ ଫୁଲବେଡା ସରପଂଚଙ୍କ ସ୍ୱାମୀ ରମେଶ ଖରା ୧୦ ହଜାର ଟଙ୍କା ଲାଂଚ ନଦେଲେ ବିଲ୍ ପାସ୍ କରାଯିବନି ବୋଲି ଜଣେ ଠିକାଦାରଙ୍କୁ ଧମକ ଦେବାରୁ କିଛିଦିନ ପୂର୍ବରୁ ସମ୍ପୃକ୍ତ ଠିକାଦାର ଓ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top