ସରକାର ଦୃଷ୍ଟି ଦେବେକି ? ସହରରେ ବସଷ୍ଟାଣ୍ଡ ନାହିଁ: ସରକାରୀ ବସ ଚଳାଚଳ ଦାବି

ଟିଟିଲାଗଡ଼ ୬-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ଦୀର୍ଘ ବର୍ଷ ହେବ ଏକ ସ୍ଥାଇ ସରକାରୀ ଅବା ବେସରକାରୀ ବସଷ୍ଟାଣ୍ଡଟିଏ ନ ଥିବାରୁ ସାଧାରଣ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଏହି ଟିଟିଲାଗଡ ରେଳ ଜଙ୍କସନ ହେବl ସହ ଗମନା ଗମନ ପାଇଁ ଦୈନିକ ଲୋକେ ନିର୍ଭର କରିଥାନ୍ତି। ହେଲେ ପରୀତାପ ର ବିଷୟ ଏଠି ସ୍ଥାଇ ବସ୍ଷ୍ଟାଣ୍ଡ ନ ଥିବା ରୁ ରାସ୍ତା କଡରେ ଗାଡି କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସହ ଖରା ବର୍ଷା ରୁ ରକ୍ଷା ପାଇବା ପାଇଁ ଥିବା ଦୋକାନ ଗୁଡିକ ରେ ମୁଣ୍ଡ ଗୁଁନଜି ଥାନ୍ତି। ସେପରି ଏଠାକାର ସରକାରୀ ବୁସ୍ଷ୍ଟାଣ୍ଡ କୁ ଗୋପନ ରେ ବେଆଇନ ଭାବେ ବିକ୍ରି କରିଦିଆ ଯିବା ପରେ ଏହି ସହର କୁ କୌଣସି ଗୋଟିଏ ହେଲେ ସରକାରୀ ବସ ଚାଲୁନି। ପୂର୍ବେ ଭୁବନେଶ୍ୱରରୁ ଟିଟିଲାଗଡ ସରକାରୀ ଦୁଇଟି ବସ ଚାଲୁଥିବା ବେଳେ ତାହା ବି ବନ୍ଦ ହୋଇଯିବl ଦ୍ୱାରା ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏତେ ବଡ ସହର ରେ ବସ୍ଷ୍ଟାଣ୍ଡ ନ ଥିବା ବେଳେ ଏ ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ନିରବ ଥିବା ବେଳେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *