ସରକାରଙ୍କ ମାତୃ ମଙ୍ଗଳ ଯୋଜନା ବିଫଳ, ରକ୍ତ ଅଭାବରୁ ପ୍ରସୂତି ମହିଳାଙ୍କ ମୃତ୍ୟୁ

ଖଡିଆଳ/ନୂଆପଡା-୦୩.୦୭.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ରାଜ୍ୟ ସରକାର ରକ୍ତ ପାଇଁ କୌଣସି ପ୍ରସୂତି ମହିଲା ମୃତ୍ୟୁ ମୁଖରେ ପଡିବେ ନାହିଁ ବୋଲି ଡିଙ୍ଗୁରା ପିଟୁ ଥିବାବେଲେ ଗୁରୁବାର ନୂଆପଡା ଜିଲା ଖଡିଆଳ ବ୍ଲକ ବଡମହେଶ୍ୱର ଗ୍ରାମର ଜଣେ ପ୍ରସୁତି ମହିଲା ରକ୍ତ ଅଭିବରୁ ମୃତ୍ୟୁ ମୂଖରେ ପଡିଥିିବା ଅଭିଯୋଗ ହୋଇଛି। ସୂଚନା ମତେ ଖଡିଆଳ ବ୍ଲକ ବଡମହେଶ୍ୱର ଗ୍ରାମର ଟିକେରାମ ମାଝୀ ଙ୍କ ପତ୍ନୀ ପୁର୍ଣ୍ଣମୀ ମାଝୀ ବୁଧବାର ସଂନ୍ଧ୍ୟା ସମୟରେ ନୁଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାଁ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗରେ ଭର୍ତି ହୋଇଥିଲେ। ହେଲେ ଗୁରୁବାର ସକାଳ ୭ ଘଂଟା ସମୟରେ ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇଥିଲେ। ଜନ୍ମ ଦେଲା ପରେ ପରେ ରକ୍ତ ହୀନତା କାରଣରୁ ମହିଲା ଜଣକ ଗୁରୁତର ହୋଇ ଅଚେତ ହୋଇପଡିଥିଲେ। ଚିକିତ୍ସା କରୁଥିବା ଡକ୍ତର ସାଙ୍ଗେ ସାଙ୍ଗେ ଗରୁତର ହୋଇ ଅଚେତ ହୋଇ ପଡିଥିବା ମହିଲା ଙ୍କ ଓପଜେଟିଭ ରକ୍ତ ତୁରନ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ନୁଆପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଓ ପଜେଟିଭ ରକ୍ତ ମହଜୁଦ ନଥିବାରୁ ମହିଲା ଙ୍କ ସ୍ୱାମୀ ଠିକ ସମୟରେ ରକ୍ତ ଯୋଗାଡ କରିପାରିନଥିଲେ। ଯାହାଫଳରେ ମହିଲା ଙ୍କ ମୃତ୍ୟୁ ହୋଇଯାଇଥିଲା। ହେଲେ ତାଙ୍କ ନବଜାତ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଭଳଥିବା ଡାକ୍ତରଖାନା ପକ୍ଷରୁ ପ୍ରକାଶ କରାଯାଇଛି। ଏଠାରେ ପ୍ରସୂତି ଓ ମାତୃ ସୂରକ୍ଷା ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିବା ପ୍ରଚାର ପ୍ରସାର କରୁଛନ୍ତି। ନୁଆପଡା ହେଉଛି ଜିଲ୍ଲାର ମୁଖ୍ୟ ଚିକିତ୍ସା କେନ୍ଦ୍ର। ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ କୌଣସି ଅସୁବିଧା ହେଲେ ଖଡିଆଳ, ସିନାପାଲି, ବୋଡେନ ଓ କୋମନା ବ୍ଲକ ସମେତ ପଡୋଶୀ ଜିଲ୍ଲା ମାନଙ୍କରୁ ନୁଆପଡା ମୁଖ୍ୟଚିକିତ୍ସାଲୟ କୁ ଚିକିତ୍ସା ପାଇଁ ଆସିଥାନ୍ତି। ଏଠାରେ ବ୍ଲଡ ବ୍ୟାଙ୍କ ରହିଥିବା ବେଲେ ଅନେକ ସଙ୍ଗଠନ ପକ୍ଷରୁ ଏହି ବ୍ଲଡ ବ୍ୟାଙ୍କରେ ବ୍ଲଡ ଡୋନେସନ କରାଯାଇଥାଏ। ସେହି ବ୍ଲଡ ମାନଙ୍କୁ ବଦଲାଇ ଯାହାର ଯେଉଁ ରକ୍ତ ଦରକାର ସେହି ରକ୍ତ ଦିଆଯିବା କଥା। କିନ୍ତୁ ଦାୟୀତ୍ୱରେ ଥିବା ଅଧିକାରୀ ମାନଙ୍କ ଭୁଳ ଯୋଗୁଁ ପ୍ରସୁତି ମହିଲା ମାନେ ଏକ୍ସଚେଂଜ (ବଦଲା) ରକ୍ତ ପାଉନଥିବା ଅନେକ ଦିନରୁ ଅଭିଯୋଗ ହେଉଛି। ପ୍ରଶାସନିକ ଅବହେଲା ଯୋଗୁଁ ରକ୍ତ ପାଇଁ ଲୋକେ ମୃତ୍ୟୁ ମୁଖରେ ପଡୁଥିବା ଅଭିଯୋଗ କରୁଛନ୍ତି। ଏବିଷୟରେ ନୁଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶଙ୍କର ପ୍ରସାଦ ମେହେର ଙ୍କୁ ଯୋଗାଯୋଗ କରାଯିବାରୁ ମୁ ଟୁରରେ ଥିଲି ତଦନ୍ତ କରୁଛି ପରେ କହିବି ବୋଲି ପ୍ରକାଶ କରିଥିଲେ। ବ୍ଲଡ ବ୍ୟାଙ୍କରେ ପ୍ରଚୁର ମାତ୍ରାରେ ବ୍ଲଡ ସଂଗ୍ରହ କରି ରଖିବା ସହିତ ଆଗାମୀ ଦିନରେ କୌଣସି ପ୍ରସୂତି ମହିଲା ସମେତ ଅନ୍ୟନ୍ୟ ରୋଗରେ ପିଡିତ ରୋଗୀ ମୃତ୍ୟୁ ମୁଖରେ ନପଡିବେ ସେଥିପାଇଁ ନୁଆପଡା ସ୍ୱାସ୍ଥ୍ୟ ବିଭାଗ ଯତ୍ନବାନ ହେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *