ଓଡ଼ିଶା

ସରକାର ଏବଂ ବେସରକାରୀ ଜନହିତକର ସଂସ୍ଥାର ସମନ୍ୱୟ ହିଁ ନିରନ୍ତର ବିକାଶ ଆଣିବ – ଅଜିମ୍ ପ୍ରେମ୍ ଜୀ

ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳା:

ଭୁବନେଶ୍ୱର ୬-୩-୧୮ (ଓଡ଼ିଆ ପୁଅ) ସରକାରୀ ବ୍ୟବସ୍ଥା ଏବଂ ବେସରକାରୀ ଜନହିତକର ସଂସ୍ଥାର ସମନ୍ୱୟ ନିରନ୍ତର ବିକାଶ ପାଇଁ ପଥ ପ୍ରସ୍ତୁତ କରିବ ବୋଲି ପଦ୍ମ ବିଭୁଷଣ ତଥା ଖ୍ୟାତି ସଂପନ୍ନ ସମାଜସେବୀ ଶ୍ରୀ ଅଜିମ୍ ପ୍ରେମ୍ ଜୀ କହିଛନ୍ତି। ଆଜି ରାଜ୍ୟ ସଚିବାଳୟଠାରେ ଆୟୋଜିତ ଓଡ଼ିଶା ଜ୍ଞାନପୁଞ୍ଜ ବକୃତାମାଳାର ପଞ୍ଚଦଶ ବକୃତା ଦେବା ସମୟରେ ଶ୍ରୀ ପ୍ରେମ୍ ଜୀ ଏହାକହିଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ଅନେକ ବେସରକାରୀ ସେ୍ୱଚ୍ଛାସେବୀ ସଂସ୍ଥା ଅଛନ୍ତି ଯେଉଁମାନେ ବିକାଶ ପାଇଁ ପ୍ରତିଶୃତିବଦ୍ଧ ଏବଂ ବିକାଶ ମୂଳକ କାର୍ଯ୍ୟକ୍ରମକୁ ବହୁଗୁଣିତ କରିବା ପାଇଁ ମଧ୍ୟ ଦକ୍ଷ। ଉଦାହରଣ ସ୍ୱରୁପ ଅଜିମ୍ ପ୍ରେମ୍ ଜୀ ଫିଲାନ୍ଥ୍ରୋପିକ୍ ଇନିଟିଏଟିଭ୍ (ଆପି) ରାଜ୍ୟର ୧୨୦ଟି ସଂସ୍ଥା ସହଯୋଗିତାରେ ଜନହିତକାରୀ କାର୍ଯ୍ୟକ୍ରମ କରୁଛି ଏବଂ ସେମାନଙ୍କର କାର୍ଯ୍ୟକଳାପ ବେଶ ସନ୍ତୋଷଜନକ ରହିଛି।
ଶ୍ରୀ ପ୍ରେମ୍ ଜୀ ଆହୁରି ମଧ୍ୟ କହିଥିଲେ ଯେ ଜନହିତକାରୀ ସଂସ୍ଥାମାନଙ୍କୁ ଏକ ବିଶ୍ୱାସ ଏବଂ ଭରଷାର ବାତାବରଣ ସୃଷ୍ଟି କରିବାକୁ ହେବ। ନିଜର ନିଷ୍ଠାପର କାର୍ଯ୍ୟକଳାପ ମାଧ୍ୟମରେ ଜନ ସାଧାରଣ, ସାମାଜିକ ବ୍ୟବସ୍ଥା ଏବଂ ସରକାରୀ ବ୍ୟବସ୍ଥାର ବିଶ୍ୱାସ ହାସଲ କରିବାକୁ ହେବ। ସରକାରୀ ବ୍ୟବସ୍ଥା ବ୍ୟାପକ ଏବଂ ଚିରସ୍ଥାୟୀ। ଜନହିତକାରୀ ସଂସ୍ଥା ମାନଙ୍କର କାର୍ଯ୍ୟକ୍ରମ ସରକାରୀ ବ୍ୟବସ୍ଥା ସହ ସାମିଲ ହେଲେ ଏହା ବିକାଶ ସ୍ରୋତରେ ସହାୟକ ହେବ।
ବକୃତା ପରେ ଖୋଲା ଆଲୋଚନା ସମୟରେ ଶ୍ରୀ ପ୍ରେମ୍ ଜୀ ପ୍ରକାଶ କରିଥିଲେ ଯେ ଆଜିର ଯୁବ ସମାଜକୁ ସମାଜ ପ୍ରତି ସମ୍ମାନର ମୂଲ୍ୟବୋଧରେ ଅନୁପ୍ରାଣିତ କରିବାକୁ ହେବ। ସେମାନଙ୍କୁ ସାଧୁତା, ନିଷ୍ଠା, ସରଳତା ଏବଂ ନିଷ୍ଠାପର ଉଦ୍ୟମ ଆଦି ଆଦର୍ଶର ମୂଲ୍ୟ ପ୍ରମାଣିତ କରି ଦେଖାଇବାକୁ ହେବ। ହେଲେ ସେମାନେ ସମାଜ ସେବା କ୍ଷେତ୍ରରେ ଦକ୍ଷ ଓ ସଫଳ ହୋଇପାରିବେ।
ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ବକୃତା ଆରମ୍ଭରେ ଅଜିମ୍ ପ୍ରେମ୍ ଜୀକର ପରିଚୟ ପ୍ରଦାନ ସମୟରେ କହିଥିଲେ ଯେ ‘‘ଆପିଦଦ ଭାରତର ବିଭିନ୍ନ ରାଜ୍ୟରେ ନିଜର ଜନହିତକର କାର୍ଯ୍ୟକ୍ରମ ଚାଲୁରଖିଛନ୍ତି। ଗତ ଦୁଇ ବର୍ଷ ହେଲା ‘‘ଆପିଦଦ ଓଡ଼ିଶା ସରକାରଙ୍କ ସହ ମିଳିତଭାବେ ପୋଷଣତା ଅବିବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ‘‘ଆପିଦଦଙ୍କ ସହଯୋଗିତାରେ ଓଡ଼ିଶା ପୋଷଣତା କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ୧୦ଟି ସଂପୃକ୍ତ ବିଭାଗଙ୍କୁ ସମନ୍ୱିତ କରାଯାଇ‘‘କମନ୍ ରେଜଲଫ&୍ ପ୍ରେମ୍ଓ୍ୱାର୍କଦଦ ପ୍ରସ୍ତୁତ କରାଯାଇଛି। ଏହା ମାଧ୍ୟମରେ ଖାଦ୍ୟ ନିରାପତ୍ତା ଏବଂ ପୌଷ୍ଟିକତା ସହ ସଂପୃକ୍ତ ୧୦ଟି ବିଭାଗ ମାନେ ସମନ୍ୱିତ ଭାବେ କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଛନ୍ତି।
ଏହି ଅବସରରେ ଓଡ଼ିଶା କୌଶଳ ବିକାଶ କର୍ତ୍ତୁପକ୍ଷ ଅଧ୍ୟକ୍ଷ ଶ୍ରୀ ସୁବ୍ରୋତୋ ବାଗ୍ଚୀ ଶ୍ରୀ ପ୍ରେମ୍ ଜୀଙ୍କୁ ଓଡ଼ିଶା ଜ୍ଞାନପୁଞ୍ଜ ବକୃତା ମାଳାର ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ଓ ଶାସନ ସଚିବ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ପୂର୍ବତନ ସୂଚନା କମିଶନର ଶ୍ରୀ ଜଗଦାନନ୍ଦ, ବେସରକାରୀ ସଂସ୍ଥାମାନଙ୍କର ନେତୃବୃନ୍ଦ ଓ ଶିକ୍ଷାବିତ୍ମାନେ ବକୃତା ପରବର୍ତ୍ତୀ ଆଲୋଚନାରେ ଭାଗ ନେଇଥିଲେ।
ବକୃତାମାଳାର କ୍ରମ ବର୍ଦ୍ଧିଷ୍ଣୁ ଲୋକପ୍ରିୟତା ଦୃଷ୍ଟିରୁ ଏହାକୁ ସଚିବାଳୟର ୨ୟ ମହଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଭା କକ୍ଷ ଏବଂ ବିଭିନ୍ନ ଜିଲ୍ଲା ସଦର ମହକୁମା ସହ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ସଂଯୋଗ କରାଯାଇଥିଲା। ସେଠାରୁ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତା ମାନେ ବହୁ ସଂଙ୍ଖ୍ୟାରେ ଏଥିରେ ଭାଗ ନେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top