୧୨ ବର୍ଷ ବାଳକର ଜନ୍ମଦିନରୁ କାନ ନାହିଁ ଓ ଠିକ ଭାବରେ କଥା କହିପାରୁନାହିଁ

– ସରକାରୀ ସାହାଯ୍ୟକୁ ଅପେକ୍ଷା
କୋରାପୁଟ ୦୬/୦୭ (ଓଡ଼ିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଂଚାୟତରେ ରହିଛି ଏକ ଛୋଟିଆ ଗ୍ରାମ ହିରିଡିପୁଟ। ଭଗବାନ ଗୌଡ଼ ଓ ହିରା ଗୌଡ଼ଙ୍କ ପୁତ୍ର ପଦ୍ମନ ଗୌଡ଼ ଯାହାର ଜନ୍ମଦିନରୁ କାନ ନାହିଁ ଓ ଠିକଭାବରେ କଥା ମଧ୍ୟ ହୋଇପାରୁନାହିଁ। ତଥାପି ସେ ସ୍କୁଲରେ ୬ଷ୍ଠ ଶ୍ରେଣୀରେ ପାଠ ପଢୁଛି। ତାକୁ ୫ ବର୍ଷ ହୋଇଥିବା ବେଳେ କୋରାପୁଟ ଡାକ୍ତରଖାନାକୁ ନେଉଥିଲୁ ବୋଲି ମା ହିରା ଗୌଡ଼ ପ୍ରକାଶ କରିଥିଲେ।ଏହାର ଅପରେସନ ସରକାରୀ ସହାୟତାରେ ହେବ ବୋଲି ଡାକ୍ତର କହିଥିଲେ କିନ୍ତୁ ପୁତ୍ର ଛୋଟ ଥିବାରୁ ଏବେ ହେବ ନାହିଁ ବୋଲି କହିଥିଲେ ବୋଲି ସେ ସୂଚନା ଦେଇଥିଲେ।

ତା’ପରଠାରୁ ସେ ଆଉ କୋରାପୁଟ ଡାକ୍ତରଖାନା ଯାଇ ନ ଥିଲେ ବୋଲି ସେ ପ୍ରକାଶ କରିଥିଲେ।ଜିଲ୍ଲା ପ୍ରଶାସନ ତରଫରୁ ବାଣିଶ୍ରୀ ଭତା ବାବଦରେ ପଦ୍ମନ ୩୦୦ ଟଙ୍କା ପାଉଥିବା ଜଣାପଡିଛି।ପଦ୍ମନ ଠିକ ଭାବରେ ଉଚ୍ଚାରଣ କରିପାରେ ନାହିଁ ବ୍ଲାକବୋର୍ଡରେ ଯାହା ଲେଖାଯାଏ ତାହାକୁ ଲେଖିକରି ଜାଣିପାରୁଛି ବୋଲି ଗଣଶିକ୍ଷକ କମଲ ଲୋଚନ ଖରା ପ୍ରକାଶ କରିଛନ୍ତି।ସେ ମଧ୍ୟ ବହୁତ ଅଳ୍ପ ଶୁଣିପାରେ ବୋଲି ସେ ସୂଚନା ଦେଇଛନ୍ତି।ଏତେ ସବୁ ଅସୁବିଧା ଥିବା ସତ୍ୱେ ସେ ଭଲ ପଢୁଥିବା ସେ ପ୍ରକାଶ କରିଥିଲେ।

ଖେଳ ଛୁଟିରେ ପଦ୍ମନ ଆମ୍ଭମାନଙ୍କ ସହିତ ଖେଳେ ବୋଲି ତାର ସାଥି ହରିଶ୍ଚନ୍ଦ୍ର ବାଘ ପ୍ରକାଶ କରିଥିଲା।ସେ ଅଳ୍ପ ଶୁଣୁଥିବାରୁ ବ୍ଲାକବୋର୍ଡରେ ସାର ଯାହା ଲେଖନ୍ତି ତାକୁ ଖାତାରେ ଲେଖିକରି ପାଠ ପଢେ ବୋଲି ହରିଶ୍ଚନ୍ଦ୍ର ପ୍ରକାଶ କରିଥିଲା।ଏ ସଂପର୍କରେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲଲିତ ରଥଙ୍କୁ ପଚାରିବାରେ ସେ କହିଥିଲେ ତାଙ୍କ ପାଖରେ କୈାଣସି ଖବର ନ ଥିଲା ଆପଣଙ୍କଠାରୁ ପ୍ରଥମେ ଜାଣିଲି ବୋଲି ପ୍ରକାଶ କରିଥିଲେ।

ଆସନ୍ତାକାଲି କୋରାପୁଟ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ ଯୋଜନାର ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ପଦ୍ମନକୁ କୋରାପୁଟ ଆଣିବେ ବୋଲି ସେ ସୂଚନା ଦେଇଥିଲେ।ଏହାପରେ ଇଏନଟି ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇବା ପରେ ସେ ଯାହା ପରାମର୍ଶ ଦେବେ ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।ଯଦି ଦରକାର ପଡେ ତେବେ ଅନ୍ୟ ମେଡିକାଲ କଲେଜକୁ ନିଆଯାଇ ମାଗଣାରେ ଅସ୍ତ୍ରୋପଚାର କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ।ମା ହିରା ଓ ବାପା ଭଗବାନ ସରକାରୀ ସାହାର୍ଯ୍ୟକୁ ଅପେକ୍ଷା କରିଛନ୍ତି ଏବଂ ସତରେ କଣ ଆମ୍ଭର ପୁଅ ଶୁଣିପାରିବ ଓ କଥା ହୋଇପାରିବ କି ବୋଲି ପରିବାର ଆଶାବାନ୍ଧି ରହିଛନ୍ତି।

Leave a Reply

Your email address will not be published. Required fields are marked *