ଓଡ଼ିଶା

ସରକାରୀ ସାହାଯ୍ୟ ସତରେ କ’ଣ ମିଳିବ ମୀରାର ଚିକିତ୍ସା ହୋଇପାରିବ ! ଅର୍ଥ ସାଜିଛି ବାଧକ, ସରକାରୀ ସାହାଯ୍ୟକୁ ଅପେକ୍ଷା

ହରିଚନ୍ଦନପୁର, ତା ୨୭ ଜୁନ(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ହୁଣ୍ଡା ଗ୍ରାମ ପଂଚାୟତର ୫ନମ୍ବର ୱାର୍ଡର ବେହେରା ସାହିର ପୃଥିବୀରାଜ ବେହେରା ଓ ମା ଚମ୍ପାବତୀ ବେହେରାଙ୍କ ଝିଅ ମୀରା ବେହେରା (୧୩) ଅସ୍ୱଭାବିକ ଭାବେ ପିଠିରେ ମାଂସ ବୃଦ୍ଧି ହେଉଛି। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ବାପା ମାଆ ଦିନରାତି ଏକ କରି ବାଉଁଶ ପାତରେ ଟୋକେଇ, କୁଲା, ଗାଣ୍ଡୁଆ ଭଳି ଅନେକ ଘରୋଇ ସାମଗ୍ରୀ ତିଆରି କରି ଗ୍ରାମ ଓ ହାଟଗୁଡିକରେ ବୁଲି ବିକ୍ରି କରିଥାନ୍ତି। ଛୋଟ ଛୋଟ ପିଲାମାନଙ୍କ ପାଠ ପଢାଇବା ସହିତ ଖାଦ୍ୟ ଯୋଗାଡ କରି ପିଲାମାନଙ୍କ ପେଟକୁ ଦାନା ମୁଠାଏ ଦେଉଥିବା ବେଳେ ନିଜେ ଭାତ ତୋରାଣି ପେଟରେ ଓଦା କନା ଦେଇ ପିଲାମାନଙ୍କୁ ବଡ କରିଥିଲେ। ମୀରା ବେହେରା ଛୋଟ ବେଳୁ ଭଲ ପାଠ ପଢୁଥିଲେ କିନ୍ତୁ ଦୁଃଖର ବିଷୟ ଅଚାନକ ଷଷ୍ଠ ଶ୍ରେଣୀରୁ ପିଠିରେ ମାଂସ ବୃଦ୍ଧି ହେବାକୁ ଲାଗିଲା। ମୀରାକୁ ସ୍କୁଲରେ ସାଙ୍ଗ ସାଥିମାନେ ଟାହିଟାପରା କରିବା ସହ ସାଙ୍ଗ ହେବା ପାଇଁ ଅମଙ୍ଗ ପ୍ରକାଶ କଲେ, ତେଣୁ ମୀରାର ସ୍କୁଲ ଓ ପାଠ ପଢାରେ ଆଗ୍ରହ କମିବାରେ ଲାଗିବାକୁ ନେଇ ବାପା ମାଆ ଚିକିତ୍ସା ନିମନ୍ତେ କେନ୍ଦୁଝର ନେଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇ ଓୗଷଧ ଆଣିଥିଲେ କିଛି ଦିନ ଓୗଷଧ ଖାଇବା ପରେ ସୁସ୍ଥ ନହେବାକୁ ନେଇ ପୁଣି ଥରେ କେନ୍ଦୁଝର ନେଇଥିଲେ ସେଠାରେ ଡାକ୍ତର ଦେଖାଇଥିଲେ। ଡାକ୍ତର ମୀରାକୁ କଟକ ବଡ ମେଡିକାଲ ନେଇ ଚିକିତ୍ସା କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଅର୍ଥ ଅଭାବକୁ ନେଇ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ନେବା ପାଇଁ ପୃଥ୍ୱୀରାଜ ବେହେରା ସକ୍ଷମ ହୋଇପାରିନଥିଲେ। ପାଠ ପଢିବି ବଡ ହୋଇ ଗାଁ ସମସ୍ୟା ଦୂର କରିବି ଆଉ ବାପା ମାଙ୍କ ସେବା କରିବି ଓ ସେମାନଙ୍କ ଦୁଃଖ କଷ୍ଟକୁ ଦୂର କରି ମୁହଁରେ ହସ ଫୁଟାଇବାର ଆଶା ରଖିଥିଲେ ମୀରା। କିନ୍ତୁ ଭାଗ୍ୟର ବିଡମ୍ବନାର ବିଷୟ ତାଙ୍କ ଜୀବନରେ ମାଡିଆସିଥିଲା ଏକ ବିରାଟ ଅଜଣା ରୋଗ। ଅର୍ଥ ଅଭାବରୁ ରୋଗର ନିରାକରଣ କରି ନପାରିବାକୁ ନେଇ ଚିନ୍ତାରେ ମୀରାଙ୍କ ପରିବାର ଲୋକ। ମୀରାର ଏହି ଅଜଣା ରୋଗକୁ ଭଲ କରିବାକୁ ନେଇ ମା ବାପା ଜମିବାଡି ବନ୍ଧା ପକାଇ ଚିକିତ୍ସା କରାଇଥିଲେ। ଭଳ ନହେବାକୁ ନେଇ ଦୁଇଟି ଏନଜିଓ ସଂସ୍ଥାରୁ ଋଣ ଆଣି ଚିକିତ୍ସା କରିବା ପରେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ରୋଗର ନିରାକରଣ କରିପାରିନାହାନ୍ତି। ଏହି ଗରିବ ପରିବାର ଲୋକମାନେ ଆଜି ପର୍ଯ୍ୟନ୍ତ ସରକାରଙ୍କ ସମସ୍ତ ମୈାଳିକ ସୁବିଧାରୁ ବଞ୍ଚିତ ହୋଇରହୁଛନ୍ତି। ଯଦି ଏହି ଗରିବ ପରିବାରଟିକୁୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଏ ତେବେ ଆଗାମୀ ଦିନରେ ମୀରା ପାଠ ପଢି ଜଣେ ଭଲ ଛାତ୍ରୀ ହେବା ସହ ପରିବାରର ବୋଝ ବୋହି ପାରିବ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଯଥାଶିଘ୍ର ଉକ୍ତ ପରିବରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ସହ ମୀରାକୁ ଉଚିତ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏଅଞ୍ଚଳର ଜନ ସାଧାରଣ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top