ଜିଲ୍ଲା ପରିକ୍ରମା

ସରକାରୀ ସାହାଜ୍ୟ ରୁ ବଞ୍ଚିତ ହରିଜନପଡା

ଖଡିଆଳ/ନୂଆପଡା-୧୯.୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ):-ରାଜ୍ୟ ସରମାର ଓ କେନ୍ଦ୍ର ସରକାର ଗରିବ ମାନଙ୍କ ପାଇଁ ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କାଘର ଭଳି ବହୁ ଯୋଜନା କରିଛନ୍ତି । ଏହି ଯୋଜନା ଗରିବା ଲୋକ ମାନଙ୍କ ପାଖକୁ ପହଞ୍ଚି ପରୁନାହିଁ । କିଛି ସରକାରୀ କର୍ମଚାରୀ ଓ କିଛି ଗାଁ ର ନେତାମାନଙ୍କ ସହ ମିସି କେଇଟା ଟଙ୍କା ପାଇଁ ଗରିବ ଲୋକ ମାନଙ୍କ ଠାରୁ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଖଡିଆଳ ବ୍ଲକ କିରିକିଟା ଗ୍ରାମର ହରିଜନପଡା ସାହିରେ ଦେଖିବାକୁ ମିଲିଛି । ଏହି ହରିଜନପଡା ସହିରେ ସମସ୍ତଙ୍କ ଘର ଅତି ଦୟନିୟ ଅବସ୍ତାରେ ରହିଛି । କେତେବେଳେ କାହ ଘର ଭାଙ୍ଗିଯିବ କେହି କହିପାରିବେ ନାହିଁ । ଏହି ସାହିରେ ପୁରୁଷ ମାନେ କାମଧନ୍ଦା ନ ଥିବାରୁ ବାହାରେ ରାର୍ଯ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ବହୁ କଷ୍ଟରେ ନିଜେ ନିଜର କୁଡିଆଘର ତିଆରି କରିଥିବା ବେଳେ ଲଗାତାର ୪ ଦିନ ଲଘୁଚାପ ବର୍ଷାରେ ଘର ଭାଙ୍ଗିପଡିଛି । ସେହି ସାହିର ଲୋକମାନେ ବାରମ୍ବାର ସରପଞ୍ଚ , ଇଓ, ଏବଂ ବିଡିଓ ଙ୍କୁ ମଧ୍ୟ ଅଭିଯୋଗ କଲେ ମଧ୍ୟ କିଏ ଶୁଣୁନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top