ସରକାରୀ ସହାୟତା ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ

ପାରଳାଖେମୁଣ୍ଡି, ୧୧ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଗୁମ୍ମା ବ୍ଳକ ସେରଙ୍ଗ ଗ୍ରାମ ପାଇକସାହିର ଅଞ୍ଚଳବାସିନ୍ଦାମାନେ ସେମାନଙ୍କୁ ସରକାରୀ ସହାୟତାରେ ବୃକ୍ଷରୋପଣ କରିବା ପାଇଁ ଆଦେଶ ମିଳୁ ବୋଲି ଜିଲାପାଳଙ୍କୁ ନିବେଦନ ଜଣାଇଛନ୍ତି। ନିବେଦନ ପତ୍ରରେ ଏମାନେ ସମସ୍ତେ ଦିନ ମଜୁରିଆ ଗରିବ ଶ୍ରେଣୀର ବୋଲି ଜଣାଇଛନ୍ତି। ଏମାନେ ସମସ୍ତେ ଭୁମିହୀନ ହୋଇଥିବାରୁ ଗ୍ରାମ ନିକଟରେ ଥିବା ପେଡିସିଲ ପାହାଡ ଚତୁପାର୍ଶରେ ସାଗୁଆନ, ଶାଳ, ପିଆଶାଳ, ଆମ୍ବ, ପଣସ ଇତ୍ୟାଦି ଗଛ ଲଗାଇ ପ୍ରାୟ ୨୦ବର୍ଷ ହେବ ବୃକ୍ଷରୋପଣ କରିଆସୁଛନ୍ତି। ଭବିଷ୍ୟତରେ ଏଥିରୁ ଯାହା ଅର୍ଥ ଉପାର୍ଜନ ହେବ ସେଥିରେ ପରିବାର ଭରଣପଷଣ ହୋଇପାରିବ ବୋଲି ନିବେଦନପତ୍ରରେ ଜଣାଇଛନ୍ତି। ତେଣୁ ଏହି ଗ୍ରାମବାସୀମାନଙ୍କୁ ସରକାରୀ ସହାୟତାରେ ବୃକ୍ଷରୋପଣ କରିବା ପାଇଁ ସରକାରୀ ଆଦେଶ ମିଳୁ ବୋଲି ଏମାନେ ନିବେଦନ ଜଣାଇଛନ୍ତି। ଜିଲାପାଳଙ୍କ ଉଦେଶ୍ୟରେ ନିବେଦନ ପତ୍ର ଦେବା ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଭାକର ପାଇକ, ସୁରେଶ ଚନ୍ଦ୍ର ଦୋରା, ମୁନା ପାଇକ, ଶଙ୍କର ପାଇକ, ଅନ୍ନପୁର୍ଣ୍ଣା ବିନ୍ଧାଣି ପ୍ରମୁଖଙ୍କ ସହ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଅଞ୍ଚଳବାସୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *