ସରକାରୀ ରାସ୍ତା ଜବର ଦଖଲ ଉଛେଦ ପାଇଁ ଗ୍ରାମବାସୀମାନଙ୍କ ଦାବି

ଖଇରା, ୨୫/୫(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ସରକାରୀ ରାସ୍ତା ଦିନକୁ ଦିନ ଜବର ଦଖଲକାରୀଙ୍କ କବଳରେ ରହୁଥିବାରୁ ଗ୍ରାମବାସୀମାନେ ଉଛେଦ କରିବାପାଇଁ ପ୍ରଶାସନ ପାଖରେ ଦାବି ହୋଇଥିବାର ଖବର ଗଣମାଧ୍ୟମର ହସ୍ତଗସ୍ତ ହୋଇଛି। ବିଶେଷ ସୁତ୍ରରୁ ଯାହା ଜଣାଯାଇଛି ଖଇରା ତହସିଲ ଅର୍ନ୍ତଗତ ଆଳଦା ମୌଜାର ଖାତା ନମ୍ବର ୨୦୩ ପ୍ଲଟ ନମ୍ବର ୮୦କୁ କେତେଜଣ ମୁଷ୍ଟିମେୟ ବ୍ୟକ୍ତି ବଳପୂର୍ବକ ଦଖଲ କରିଥିବାରୁ ଯାହା ଫଳରେ ରାସ୍ତାଟି ଦିନକୁ ଦିନ ଅଣଉସାରିଆ ହୋଇପଡୁଥିବାରୁ ଆଳଦା ବାଲିସାହିର ଜନସାଧାରଣ ନାହିଁ ନ ଥିବାର ଅସୁବିଧାର ସମ୍ମୁଖିନ ହେଉଥିବାର ଖଇରା ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ ଗତ ତା ୧୧/୫/୨୦୧୮ରିଖରେ ହୋଇଥିଲା। ଅଭିଯୋଗ ପାଇ ଅତିରିକ୍ତ ତହସିଲଦାର ବିଭାଷରଂଜନ ପାଣିଗ୍ରାହୀ ଖଇରା ଆରଆଇଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆରଆଇ ତଦନ୍ତ କରି ସରକାରୀ ରାସ୍ତାକୁ ଉଛେଦ କରିବାପାଇଁ ଜବର ଦଖଲ କାରୀମାନଙ୍କୁ ନିର୍ଦ୍ଦେଶ ଦେବାପରେ ଅଧିକାଂଶ ଜବରଦଖଲକାରୀ ନିଜେ ନିଜେ ଜବରଦଖଲରୁ ହଟିଯାଇଥିବାବେେଳେ ଅନ୍ୟତମ ଜବରଦଖଲକାରୀ ପା୍ରଣୀସଂପଦ ବିଭାଗର ପତରାଜପୁର ପ୍ରାଣୀ ଚିକିତ୍ସାକେନ୍ଦ୍ରର ପିଅନ ଭାବେ କାର୍ଯ୍ୟରତ ଥିବା ସରକାରୀ କର୍ମଚାରୀ ମହେଶ୍ୱର ସାହୁ ଆରଆଇଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି ବୋଲି ଗ୍ରାମବାସୀଙ୍କ ତରଫରୁ ଆବେଦନକାରୀ ଉପେନ୍ଦ୍ର ନାଥ ବେହେରା ଗତକାଲି ଏକ ସମ୍ବାଦିକ ସମ୍ମିଳନୀ ଡକାଇ ଖଇରା ବ୍ଲକର ଗଣମାଧ୍ୟମ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି। ସୋମବାର ଦିନ ଆବେଦନକାରୀ ଆଳଦା ଗ୍ରାମର ଉପେନ୍ଦ୍ର ବେହେରା ଘଟଣା ସଂପର୍କରେ ତହସିଲଦାରଙ୍କୁ ପଚାରିବାରୁ ତହସିଲଦାର ରମେଶ ଚନ୍ଦ୍ର ଯେନା ଉତ୍କ୍ଷିପ୍ତ ହୋଇ ଶ୍ରୀ ବେହେରାଙ୍କୁ ରୁକ୍ଷ ଭାଷାରେ ବ୍ୟବହାରକରି ଅଫିସରୁ ବାହାରି ଯିବାପାଇଁ କହିବା ସହିତ ବର୍ତ୍ତମାନ ମାପ ହୋଇପାରିବ ନାହିଁ ଯାହା କରିବାରଅଛି କର। ସରକାରୀ ଜାଗାକୁ ଜବର ଦଖଲ ମୁକ୍ତକରିବା ଯାହାର ଦାୟୀତ୍ୱ ସେ ଯଦି ଏପରି ବ୍ୟବହାର କରେ ସରକାରୀ ସଂପତି ସୁରକ୍ଷା ରଖିବ କିଏ ବୋଲି ପ୍ରଶ୍ନ ଉଠିଛି ବୋଲି ମଧ୍ୟ ଶ୍ରୀ ବେହେରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଜଣେ ଆବେଦନକାରୀଙ୍କୁ ଖଇରା ତହସିଲଦାର ରମେଶ ଚନ୍ଦ୍ର ଯେନାଙ୍କର ଏପରି ବ୍ୟବହାର ସାଧାରଣରେ ନିନ୍ଦା କରାଯାଇଛି। ଆବେଦନ କରିବାକୁ ଯାଇ ଯଦି ଜଣେ ଆବେଦନକାରୀ ଏପରି ବ୍ୟବହାରରେ ସମ୍ମୁଖିନ ହୁଏ ତାହେଲେ ଲୋକେ ନ୍ୟାୟ ପାଇବେ କେଉଁଠି, କାହା ପାଖରେ ଗୁହାରି କରିବାକୁ ଯିବେ ? ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି। ରାସ୍ତାଟିକୁ ଯଦି ଜବର ଦଖଲକାରୀଙ୍କ କବଖରୁ ମୁକ୍ତ କରାନଯାଏ ଆଗାମୀ ଦିନରେ ଜରୁରୀ କାଳୀନ ସେବା ଯଥା ଦମକଳ, ୧୦୮ ଓ ୧୦୨ ସେବାପାଇଁ ଯଦି କିଛି ଅଘଟଣ ସୃଷ୍ଟି ହୁଏ ସେଥିପାଇଁ ତହସିଲଦାର ରମେଶ ଚନ୍ଦ୍ର ଯେନା ହିଁ କେବଳ ଦାୟୀ ରହିବେ ବୋଲି ଆବେଦନକାରୀ ଉପେନ୍ଦ୍ର ନାଥ ବେହେରା ପ୍ରକାଶ କରିଛନ୍ତି। ତୁରନ୍ତ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିି ଦେବାକୁ ବୁଦ୍ଧିଜିବୀ ଓ ସାଧାରଣ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *