କେନ୍ଦ୍ରାପଡ଼ା

ସରକାରୀ ଯୋଜନାକୁ ଲୋକାଭିମୁଖି କରିବାକୁ ବ୍ଲକ ଅଧ୍ୟକ୍ଷ ଓ ବିଡିଓଙ୍କ ସହମତି

କେନ୍ଦ୍ରାପଡା ୧୩/୬(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ସରକାରୀ ଯୋଜନାକୁ ଲୋକାଭିମୁଖି କରିବାକୁ କେନ୍ଦ୍ରାପଡା ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ବି.ଡି.ଓ.ଚନ୍ଦ୍ରକାନ୍ତ ମଲ୍ଲିକ ଓ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଏସମ୍ପର୍କରେ ଆଲୋଚନା କରାଯାଇ ସରକାରୀ ନୀତି ନିୟମ ମଧ୍ୟରେ ସରକାରଙ୍କ ଯୋଜନା ଗୁଡିକୁ ସାଧାରଣ ଲୋକଙ୍କ ନିକଟରେ ପହଁଚାଇବା ଏବଂ ମୁଖ୍ୟତଃ ସମାଜର ନିମ୍ନସ୍ଥରରେ ଥିବା ଗରୀବ ଲୋକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସେମାନଙ୍କୁ ବିଭିନ୍ନ ଦାରିଦ୍ର୍ୟଦୁରିକରଣ ଯୋଜନାରେ ଅନ୍ତର୍ଭୂକ୍ତ କରିବାକୁ ଉଭୟ ସହମତି ହୋଇଛନ୍ତି। ବିଭିନ୍ନ ସରକାରୀ ଯୋଜନାର ଶତ ପ୍ରତିଶତ କାର୍ଯ୍ୟକାରିତା କରି କେନ୍ଦ୍ରାପଡା ବ୍ଲକକୁ ଜିଲ୍ଲାର ଏକ ନମ୍ବର ବ୍ଲକ ଭାବେ ଗଢିତୋଳିବାକୁ ଉଭୟେ ନିଷ୍ପତି ନେଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top