ସରକାରୀ ପ୍ରବଞ୍ଚନା ଓ ପ୍ରତାରଣା ପ୍ରତିବାଦରେ ମିଳିତ ମଞ୍ଚର ମୁଲ୍ୟାୟନ ବର୍ଜନ ନିଷ୍ପତ୍ତି

ଭଦ୍ରକ, ୧୭ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସହରାଞ୍ଚଳ ଅପର୍ତ୍ତିବିନ୍ଧାସ୍ଥିତ ଓଷ୍ଟା ସଂଘର କାର୍ଯ୍ୟାଳୟରେ ମିଳିତ ମଞ୍ଚ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତି ଉପେନ୍ଦ୍ର ପ୍ରସାଦ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ, ରାଜ୍ୟର ଅଗଣୀତ ସ୍କୁଲ କଲେଜର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମିଳିତ ମଞ୍ଚ ଗଠନ କରି କୁସ୍ôିତ ବ୍ଲକ ଗ୍ରାଣ୍ଟ ପ୍ରଥାକୁ ଉଚ୍ଛେଦ କରି ପୁର୍ଣ୍ଣ ଅନୁଦାନ ପାଇବା ନିମନ୍ତେ ଦୀର୍ଘ ଦିନର ଆନେ୍ଦାଳନ ହୋଇଥିଲ ମଧ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇ ପ୍ରତାରଣା କରିଚାଲିଛନ୍ତି । ମୁଖ୍ୟ ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ବର୍ଦ୍ଧିତ ପୁର୍ଣ୍ଣ ଅନୁଦାନ ବିଜ୍ଞପ୍ତି ପ୍ରକାଶ ସମୟରେ ଏକ ବେଆଇନ ସତ୍ୟ ପାଠ କଥାକୁ ଯୋଡ଼ି ଦିଆଗଲା । ଯାହାକି ଅଧ୍ୟାପକ ମାନେ ଭବିଷ୍ୟତରେ କୋର୍ଟ କଚେରୀ ଯାଇ ଆଉ ତାଙ୍କ ଅଧିକାର ପାଇଁ ଦାବି କରିପାରିବେ ନାହିଁ । ଏଭଳି ବେଆଇନ ନିଷ୍ପତି ବିରୁଦ୍ଧରେ ମିଳିତ ମଞ୍ଚ ଆନେ୍ଦାନ ଜାରି ରଖିଛି । ପୁର୍ଣ୍ଣବାର ଶିକ୍ଷକ ସମାଜକୁ ସରକାର ପ୍ରତାରିିତ କରିଛନ୍ତି । ମିଳିତ ମଞ୍ଚର ନିଷ୍ପତି ମୁତାବକ ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଥିବା ହାଇସ୍କୁଲ ପରିକ୍ଷାରେ ମୁଲ୍ୟାୟନକୁ ସମ୍ପୁର୍ଣ୍ଣ ଭାବେ ବର୍ଜନ କରନ୍ତୁ ଏହା ସହିତ ଟେକନ ଓଭର ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କର ଆର.ଏ.ସି.ପି ଅସଙ୍ଗତ ଦୁର ହୋଇପାରିନାହିଁ । ସେମାନେ ଆର୍ଥିକ ସୁବିଧାରେ ବଞ୍ଚିତ ହୋଇଛନ୍ତି । ଏ ପର୍ଯ୍ୟନ୍ତ ୬୧୦ସ୍କୁଲକୁ ସରକାରୀ କରଣ କରାଯାଇ ନାହିଁ । ସରକାରଙ୍କ ଶିକ୍ଷକ ମାରଣ ନିତୀ ବିରୁଦ୍ଧରେ ସମସ୍ତେ ଏକ ହୋଇ ଲଢେଇ କରିବା ପାଇଁ ବୈଠକରେ ରାଜ୍ୟ ସମ୍ପାଦିକା ସୁରଜିତା ନାୟକ, ଉପଦେଷ୍ଟା ସାଧୁ ଚରଣ ଷଢଙ୍ଗୀ, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ପୁର୍ଣ୍ଣଚନ୍ଦ୍ର ଦାଶ, ସମ୍ପାଦକ ପ୍ରଦୀପ୍ତ ଦାସ, ୬୬୨ କଲେଜର ଆଦିତ୍ୟ କୁମାର ନାୟକ, ଦେବବ୍ରତ ତ୍ରିପାଠୀ, ବୈକୁଣ୍ଠ ବିଶ୍ୱାଳ, ଶଶୀ ଶେଖର କରଶର୍ମା, ପର୍ଶୁରାମ ପାତ୍ର, ମନୋରଂଜନ ପଣ୍ଡା, ସୁବଳ ପତ୍ରୀ, ହେମନ୍ତ ସୂତାର, କମଳାକାନ୍ତ ନାୟକ, ରଙ୍ଗଲାଲ ମଣ୍ଡଳ, ଅମୁଲ୍ୟ ରାଉତ, ସନ୍ତୋଷ ଜେନା, ସୁମତି ନାୟକ, ମଦ୍ରାସାରୁ ଆବତାଫ୍ ଅଜୟ ନନ୍ଦ, ପ୍ରଭାକର ପରିଡ଼ା, ନିର୍ମଳ ମାଇତି ପ୍ରମୁଖ ଆହ୍ୱାନ ଦେଇଥିଲେ ।  ଆସନ୍ତା ୨୦ରେ ମୂଲ୍ୟାୟନ ନିଷ୍ପତ୍ତିକୁ ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ବହୁ ସଂଖ୍ୟାରେ ବର୍ଜନ କରିବା ନେଇ ଏକତ୍ରୀତ ହେବା ନିମନ୍ତେ ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ ଦାସ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *