ଗଜପତି

ସରକାରୀ ପଲି-ଟେକ୍ନିକ୍ କଲେଜର ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି,୧ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଠାରେ ଅବସ୍ଥିତ ସରକାରୀ ପଲି-ଟେକନିକ କଲେଜ ପରିସରରେ କଲେଜର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ସଞ୍ଜୟ କୁମାର ମଲିକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଛାତ୍ର/ଛାତ୍ରୀମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ କାମନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ ଡ.ତିରୁପତି ପାଣିଗ୍ରାହୀ ଯୋଗ  ଦେଇ ଛାତ୍ର/ଛାତ୍ରୀମାନେ ଏହି ପଲିଟେକନିକ କଲେଜରେ ଶିକ୍ଷା ଲାଭ କରିବା ପରେ ସେହି ଜ୍ଞାନକୁ ବିନିଯୋଗ କରି ସମାଜର ହିତ ସାଧନ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ପରେ ଛାତ୍ର/ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟକ୍ଷ ଇଂ.ଦିପକ କୁମାର ଚୌଧୁରୀ, ସାଂସ୍କୃତିକ ପରିଷଦର ଉପସଭାପତି ଇଂ.ଅଶ୍ୱିନି କୁମାର ସାହୁ, ଛାତ୍ର ପ୍ରତିନିଧି ମଳୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top