ଓଡ଼ିଶା

ସରକାରୀ ନିୟମ ବାହାରେ ଇଂଲିସ ମିଡ଼ିୟମ ସ୍କୁଲ!

ରାଉରକେଲା ୧୪-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦିନକୁ ଦିନ ଓଡ଼ିଆ ସ୍କୁଲରେ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଅଭିଭାବକ ମାନେ ଆଗ୍ରହ ପ୍ରକାଶ କରୁନଥିବା ବେଳେ, ଇଂଲିଶ ମିଡ଼ିୟମ ସ୍କୁଲ ପ୍ରତି ଆକର୍ଷିତ ହେଉଛନ୍ତି। ଫଳରେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ଥିବା ଇଂଲିଶ ମିଡ଼ିୟମ ସ୍କୁଲ ଗୁଡ଼ିକର ଚାହିଦା ବଢିବାରେ ଲାଗିଛି। ଦକ୍ଷିଣ ରାଉରକେଲାର ବିଭିନ୍ନ ଅଂଚଳରେ ଥିବା କିଛି ପ୍ରତିଷ୍ଠିତ ଇଂଲିଶ ମିଡ଼ିୟମ ସ୍କୁଲ ଓ ଛୋଟ ଛୋଟ ଇଂଲିସ ପବ୍ଲିକ ସ୍କୁଲର ଚାହିଦା ବଢିଛି। ଅପରପକ୍ଷରେ ସାରନଗରୀର କିଛି ଛୋଟ ବଡ ଇଂଲିଶ ମିଡ଼ିୟମ ସ୍କୁଲରେ ବାରମ୍ବାର ଛାତ୍ରଛାତ୍ରୀଙ୍କ ଆଡମିଶନ ଓ ମାସିକ ଫିସ ବୃଦ୍ଧି, ତଥା ଖାତା ଓ ବହି ଏକ ନିର୍ଦ୍ଦିଷ୍ଟ ଜାଗାରୁ କିଣିବା ଲାଗି ନିର୍ଦ୍ଦେଶ ଜାରି କରାଯାଉଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି। ସେହିପରି କିଛି ନିର୍ଦ୍ଦିଷ୍ଟ ଇଂଲିଶ ମିଡିୟମ ସ୍କୁଲରେ ବାରମ୍ବାର ଆଡମିଶନ ଫିସ୍ ବଦଳିବା କାରଣରୁ ଏହାଯୋଗୁ ପେଶି ହେଉଛନ୍ତି ନିରୀହ ଅଭିଭାବକ। ଏହାଦ୍ୱାରା ଧନୀ ଶ୍ରେଣୀର ଅଭିଭାବକ ମାନଙ୍କୁ କିଛି ଫରକ ପଡ଼ୁ ନଥିବା ବେଳେ, ମଧ୍ୟବିତ ଓ ଗରିବ ଶ୍ରେଣୀ ଅଭିଭାବକ ମାନଙ୍କୁ ତଳିତଳାନ୍ତ ହେବାକୁ ପଡୁଛି। କିଛି ଇଂଲିଶ ସ୍କୁଲରେ ଆଦୌ ଅଭିଭାବକ ମାନଙ୍କୁ ନେଇ ମାସିକ ବୈଠକ ଓ ଆଲୋଚନା କରାଯାଉନଥିବାର ଅଭିଯୋଗ ହୋଇଛି। ଏହାଦ୍ୱାରା ସମ୍ପୃକ୍ତ ସ୍କୁଲର ନିୟମ କାନୁନ ସମ୍ବନ୍ଧରେ ଅଭିଭାବକ ମାନେ ଜାଣି ପାରୁ ନାହାନ୍ତି। ଏହାକୁ ନେଇ ସମୟ ସମୟରେ ଅଭିଭାବକ ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ ପଚାରିଲେ, ପ୍ରତିବଦଳରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ଉତର ମିଳି ପାରୁନାହିଁ। ଇଂଲିଶ ମିଡ଼ିୟମ ସ୍କୁଲରେ ପାଠ ପଢୁଥିବା ବିପିଏଲ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ କୌଣସି ଯୋଜନାର ଲାଭ ମିଳି ପାରୁନାହିଁ। ଫଳରେ ଏହି ଧରଣର ଛାତ୍ରଛାତ୍ରୀ ମାନଙ୍କୁ ଅନେକ ସମୟରେ ନିରାଶ ହେବାକୁ ପଡୁଛି। କିଛି ନିର୍ଦ୍ଦିଷ୍ଟ ଇଂଲିଶ ମିଡ଼ିୟମ ସ୍କୁଲରେ ଚଢା ଦରରେ ବହି ଓ ଖାତା ଛାତ୍ରଛାତ୍ରୀ ମାନଙ୍କୁ ବିକ୍ରୀ କରାଯାଉଥିବା ଅଭିଯୋଗ ହୋଇଛି। ବାହାରର ଅସାଧୁ ବହି ବେପାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକା ଛାତ୍ରଛାତ୍ରୀଙ୍କ ପାଠପଢାରେ ଅନ୍ତରାୟ ସୃଷ୍ଟି କରୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top