ସରକାରୀ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରି ଚାଲିଛି ବେଆଇନ ପରୀକ୍ଷାଗାର

ଟିଟିଲାଗଡ଼ ୧୯-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଉପଖଣ୍ଡରେ ବେଆଇନ ଭାବେ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରି ବେଆଇନ ପାଥୋ କ୍ଲିନିକମାନ ବୃଦ୍ଧି ପାଇଚାଲିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଠାରୁ ସରକାରୀ ସ୍ୱୀକୃତି ପ୍ରାପ୍ତ ନ କରି ବିଭିନ୍ନ ନାମରେ ଖୋଲୁଥିବା ରକ୍ତ ପରୀକ୍ଷା ଗାରକୁ ସାଧାରଣ ଲୋକ ଯାଇ ସଠିକ ରିପୋର୍ଟ ମାନ ନ ପାଇ ବିପଦର ଶିକାର ହେବ ସାର ହେଉଛି। ଏପରିକି ବୁର୍ଲା, କଟକ, ବିଶାଖା ପାଟଣା, ଆଦି ଦୂର ଦୂରାନ୍ତକୁ ସାଧାରଣ ରୋଗ ପାଇଁ ଯାଇ ବିନା କାରଣରେ ସର୍ବସ୍ୱାନ୍ତ ହୋଇ ଫେରୁଛନ୍ତି। ଟିଟିଲାଗଡ ସବଡ଼ିଭିଜନାଲ ମୁଖ୍ୟ ଚିକିତ୍ସାଳୟ ଭିତରେ ଏକ ପରୀକ୍ଷାଗାର ଖୋଲିଖୋଲା ଖୋଲି ଆବଶ୍ୟକ ନ ଥିଲେ ବି ନା ନା ପ୍ରକାର ପରୀକ୍ଷାମାନ କରାଇ ଶୋଷଣ କରାଯାଉଛି। ଦିବାରାତ୍ରି ଏହି ଡାକ୍ତରଖାନା ଭିତରେ ବେସରକାରୀ ପରୀକ୍ଷାଗାର ଖୋଲି ଶୋଷଣ ଓ ବିନା କାରଣରେ ଦେୟଯୁକ୍ତ ପରୀକ୍ଷା ଯାହା ବମ୍ବେକୁ ପଠାଯିବ କହି ମୋଟା ଅଙ୍କ ନେଇ ସାଧାରଣଙ୍କୁ ହଟହଟା କର ଯାଉଛି ସେ ନେଇ ଉଚ୍ଚ କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ସହ ବିନା ସ୍ୱିକୃତିରେ ଚାଲିଥିବା ପାଥୋଲୋଜି ମାନ ବନ୍ଦ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

 

Leave a Reply

Your email address will not be published. Required fields are marked *