ଓଡ଼ିଶା

ସରକାରୀ ଡାକ୍ତରଖାନାରେ ମ୍ୟାଲେରିଆ ଓ ଏଚ.ଆଇ.ଭି ପରୀକ୍ଷା ପାଇଁ ଟଙ୍କା ଆଦାୟ, ଗରିବ ରୋଗୀଙ୍କୁ ଶୋଷଣ

ଟିଟିଲାଗଡ଼ ୫-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଆଦିବାସୀ ଅଧ୍ୟୁସିତ ଜିଲ୍ଲା ତଥା ପଛୁଆ ଅଂଚଳ ଗୁଡିକରେ ସରକାର ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ କୋଟି କୋଟି ତାଙ୍କ ବ୍ୟୟ ବରାଦ କରୁଥିବାବେଳେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଏହା ପ୍ରହସନରେ ପରିଣତ ହୋଇଛି। ପଛୁଆ ,ଅନଗ୍ରସର ଏହି ଟିଟିଲାଗଡ ସରକାରୀ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ନିୟମିତ ସହ ସହ ରୋଗୀ ଆସିବା ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ମ୍ୟାଲେରିଆ ଓ ଏଚ.ଆଇ.ଭି ପରୀକ୍ଷା କରାଇଥାନ୍ତି। ହେଲେ ଦୁଃଖର ବିଷୟ ଏଠାକାର ଗରିବ ଶ୍ରେଣୀୟ ବ୍ୟକ୍ତି ହେଉ ଅବା ଚିକିତ୍ସାଧୀନ ରୋଗୀ ହେଉ ଶହେ କୋଡ଼ିଏ ଟଙ୍କା ମ୍ୟାଲେରିଆ ପରୀକ୍ଷା ପାଇଁ ଓ ଶହେ ସତୁରି ଟଙ୍କା ଏଚ.ଆଇ.ଭି ପରୀକ୍ଷା ପାଇଁ ଖୋଲା ଖୋଲି ଆଦାୟ କରାଯାଉଛି। ଟଙ୍କl ନେଇ ରସିଦ ନ ଦେବା ଗରିବ ରୋଗୀଙ୍କୁ ମାଗଣା ପରୀକ୍ଷା ସହ ଚିକିତ୍ସା ସେବା ର ନିୟମ ଥିଲେ ସୁଦ୍ଧା ତାହାରଖୋଲା ଖୋଲି ଉଲ୍ଲଙ୍ଘନ କରି କର୍ମକର୍ତ୍ତା ମାଲାମାଲ ହେବା ସାର ହେଉଛି। ପ୍ରକାଶ ଯେ ଏହି ଡାକ୍ତରଖାନାରେ ବେଆଇନ ଭାବେ ଏକ ସ୍ୱତନ୍ତ୍ର କୋଠରୀ ସହ ବିଦୂତ ଓ ସରକାରୀ ସରଞ୍ଜାମ ଯୋଗାଇଦେଇ ବିନା ସରକାରୀ ଲାଇସେନ୍ସ ଥିବାକିଛି ଯୁବକ ଓ ଅସାମାଜିକ ଦଲାଲ ମିଶି ଏହି ପରୀକ୍ଷା ଅlଳରେ ଶୋଷଣ କରିଚାଲିଛନ୍ତି। ସରକାରଙ୍କ କଡା ନିର୍ଦେଶ ଅଛି ଯେ ଏହି ଦୁଇ ପରୀକ୍ଷା ମାଗଣାରେ ସରକାରୀ ଚିକିତ୍ସା କେନ୍ଦ୍ରରେ କରାଯିବ ଓ ମାଗଣା ଭାବେ ସମସ୍ତ ଚିକିତ୍ସା ସେବା ଯୋଗାଇଦିଆଯିବ,କିନ୍ତୁ ପରୀତାପର ବିଷୟ ଏଚ.ଆଇ.ଭି ପରୀକ୍ଷା ରିପୋର୍ଟ କେବଳ ସରକାରୀ ପରୀକ୍ଷା କେନ୍ଦ୍ରରେ ହେବl ଆବଶ୍ୟକ ଓ ଉକ୍ତ ଆକ୍ରାନ୍ତ ରିପୋର୍ଟ ଗ୍ରହଣୀୟ। ଏ ନେଇ ବାରମ୍ବାର ଜିଲ୍ଲା ଚିକିତ୍ସାଧିକାରୀ ଓ ସ୍ଥାନୀୟ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ବେଛାସେବୀ ଅଭିଯୋଗ କରି ଥିବା ସତ ପ୍ରୟାସ ଦେବା ଓ କାର୍ଯ୍ୟାନୁଷ୍ଠାନ ନ ନେବା ନେଇ ଜନସେବା ସଂଘ ତରଫରୁ ଉଚ୍ଚ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଦେବାକୁ ଦୃଢ ଦାବି କରିଛି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top