ସରକାରୀ ଜମିରେ ଆବାସ ଗୃହ ନିର୍ମାଣ ଅଭିଯୋଗ

ପୁରୁଷୋତ୍ତମପୁର, ୭/୬ (ଓଡ଼ିଆ ପୁଅ) ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ନମ୍ବର ୱାର୍ଡର ଝଟାବେହରା ନାମକ ଜଣେ ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନାରେ ସରକାରୀ ଜମିରେ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି କୁମାରୀ ଗ୍ରାମ (ୱାର୍ଡ ୧୩)ର ବାସିନ୍ଦା ମାନେ।ସୂଚନା ଅନୁସାରେ, ୱାର୍ଡ଼ କମିଟି ପରେ କାଉସିଲ ବୈଠକରେ ଝଟାର ନାମ ସ୍ଥାନୀତ (PMAY) ହୋଇଥିଲା। NAC ତା୧୫.୭.୨୦୧୭ ରିଖରେ ଗୃହ ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଆଜି ସେହି ଗ୍ରାମର ଶତାଧିକ ଲୋକ NAC କୁ ଆସି ସେହି ଜାଗାଟି ଅନାବାଦୀ, ଓ ମନ୍ଦିର ଜାଗାରେ ଗୃହ ନିର୍ମାଣ କରାଯାଇଅଛି। ସେହି ସ୍ଥାନକୁ ସ୍ଥାନୀୟ ଆର.ଆଇ ଡିମାରକେସନ କଲାପରେ ପ୍ରକୃତ ସତ୍ୟ ପଦାକୁ ଆସିବା ପରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଏ.ନାଗେଶ୍ବର ରାଓ କହିଛନ୍ତି।

Leave a Reply

Your email address will not be published. Required fields are marked *