ଜିଲ୍ଲା ପରିକ୍ରମା

ସରକାରୀ ଗାଡିର ଅପବ୍ୟବହାର କରିଥିବା ନେଇ ଅଭିଯୋଗ

ଖଡିଆଳ/ନୂଆପଡା-୨୪.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସିତାକନ୍ତ ସାହୁ ସରକାରୀ ଗାଡିର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଗତ ୧୬ ତାରିଖରେ ଖଡିଆଳ ବ୍ଲକ ଗାଡିରେ ଯନ୍ତ୍ରୀ ସିତାକାନ୍ତ ସାହୁ ଭୁବନେଶ୍ୱରକୁ ଯାଇ ୧୯ ତାରିଖରେ ଫେରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଖଡିଆଳ ବିଡିଓ ଅନିଲ ପଟ୍ଟନାୟକଙ୍କୁ ଦୃଷ୍ଟିଆକର୍ଷଣ କରିବା ପରେ ସଂପୃକ୍ତ ସହକାରୀ ଯନ୍ତ୍ରୀଙ୍କୁ ମୈାଖିକ ଭାବେ ଜବାବ ମାଗାଯାଇଥିବା ଜଣାପଡିଛି। ହେଲେ ସହକାରୀ ଯନ୍ତ୍ରୀ ସିତାକାନ୍ତ ସାହୁ ସରକାରୀ ଗାଡିରେ ଯାଇନଥିଲେ ବୋଲି ନିଜର ସ୍ପଷ୍ଟିକରଣ ଦେଇଛନ୍ତି। ସେ ବସ ଯୋଗେ ଭୁବନେଶ୍ୱର ଯାଇଥିଲେ ବୋଲି କହିଥିବା ବେଳେ ମୁଁ କୈାଣସି ସରକାରୀ ଗାଡିର ଅପବ୍ୟବହାର କରିନାହିଁ ବୋଲି ସହକାରୀ ଯନ୍ତ୍ରୀ ସାହୁ ଆମ ପ୍ରତିନିଧି ଙ୍କୁ ଜଣେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top